ଆମେ ସବୁ ଉପେକ୍ଷିତ
ଆମେ ସବୁ ଉପେକ୍ଷିତ
କାର୍ଯ୍ୟରେ ନିଶା
ଅନେକ ଦିଶା
ଉତ୍ସାହିତ ମନ ହୁଏ ଉଛନ କାମ କରିବାର ପାଇଁ
କର୍ମ ତତ୍ପର
ହୁଏ ଆଗଭର ଜୀବନ ଜୀବିକା ପାଇଁ।
ସରକାରୀ ପଦ ସରକାରୀ ମାନ
ସରକାରୀ ସମ୍ମାନ ପାଇଁ
କାର୍ଯ୍ୟ ଶୈଳୀ ଆଗାଇ ନିଏ
ନୂତନ ଜୀବନ ଦେଇ।
ପରିବେଶ ସୁରକ୍ଷା ଜୀବନ ରକ୍ଷା
ଏହି ମନ୍ତ୍ର କୁ ଧରି
ଆଜି ର ମଣିଷ ଆଗେଇ ଯାଏ ମାନବିକତା କୁ ଧରି
ସରକାର ଦିଏ ପ୍ରକୃତି ବନ୍ଧୁ, ପ୍ରକୃତି ମିତ୍ର ଉପହାର
ଉପହାର ପରେ ଭୁଲିଯାଏ
ନଥାଏ ମନରେ ହାର
ସବୁ ସମୟରେ ବିଭିନ୍ନ କାର୍ଯ୍ୟରେ
ଅଧିକାରୀ ଙ୍କ ଭିଡ଼
ପ୍ରକୃତି ବନ୍ଧୁ ପ୍ରକୃତି ମିତ୍ର ଙ୍କୁ
ନମଡାଏ ତାଙ୍କ ବାଡ଼
ଯେତେ ଅଣଦେଖା କଲେ ମଧ୍ୟ
ପରିବେଶ ପ୍ରତି ଆମ ଧ୍ୟାନ
ନିଜ କାମ କରି ପରିବେଶବିତ୍ ମଣନ୍ତି ଯେ ଭାଗ୍ୟବାନ।
ଭାବନା ରେ ସ୍ରୋତେ
ଭାବନ୍ତି ପଥିକ ଆଉ ନପାରିବି ଚାଲି
ଆମ ପରିବେଶ ସୁରକ୍ଷା ପାଇଁ
ଚଳାଉଛୁ ଆମେ ରାଲି

ହରିହର ସାହୁ
ସମ୍ପାଦକ
ଜିଲ୍ଲା ପ୍ରକୃତି ବନ୍ଧୁ ସଂଗଠନ ଢେଙ୍କାନାଳ, ଓଡ଼ିଶା
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ
