ଲକ୍ଷ୍ମୀନଗର ରେ ଚାରିଜଣ ଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୁତ୍ତ
– କାମାକ୍ଷାନଗର ଥାନା ଜିରିଡାମାଳି ଗ୍ରାମର ଲକ୍ଷ୍ମୀନଗର ସାହି ରେ ଗତକାଲି ବିଳମ୍ବିତ ରାତିରେ ତିନିଜଣ ଙ୍କ ଘରୁ ଲୁଟ l ସୁନାଗହଣା, ଖାଦ୍ୟସାମଗ୍ରୀ ସମେତ ପ୍ରାୟ କୋଡିଏହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ l ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଲକ୍ଷ୍ମୀନଗର ସାହି ର ବିଭୁତି ଭୂଷଣ ଲେଙ୍କା , ଶ୍ରୀବତ୍ସ ଖୁଣ୍ଟିଆ,ମିନତୀ ବେହେରା ନୃସିଂହ ଖୁଣ୍ଟିଆ ଙ୍କ ଘରେ କଳାକନା ବୁଲାଇଛନ୍ତି ଦୁର୍ବୁତ୍ତ l ତିନିଜଣ ଯାକ ଲୋକ ଙ୍କ ଘର ଝରକା ଓ କବାଟ ତାଡି ଦୁର୍ବୁତ୍ତ ମାନେ ଘରେ ପଶିଥିବା ବେଳେ ବିଭୁତି ଙ୍କ ଘରୁ ବିଭିନ୍ନ ଖାଦ୍ୟସାମଗ୍ରୀ ଲୁଟ ହୋଇଥିବା ବେଳେ ଶ୍ରୀବତ୍ସ ଖୁଣ୍ଟିଆ ଙ୍କ ଘରୁ ଆସବାବପତ୍ର ଓ ନଗଦ ୧୫, ୦୦୦ ଟଙ୍କା ଲୁଟିନେଇଛନ୍ତି ଦୁର୍ବୁତ୍ତ l ସେହିପରି ମିନତୀ ଘରେ ନଥିବା ବେଳେ କବାଟ, ଝରକା ତାଡି ଗୋଟିଏ ସୁନା ଚେନ, ତିନି ହଳ ସୁନା କାନଫୁଲ, ରୁପା ପାଉଁଜି ସମେତ ନଗଦ ୫, ୦୦୦ ଟଙ୍କା ନୃସିଂହ ଖୁଣ୍ଟିଆ ଙ୍କ ଘରୁ ଗଡରେଜ୍ ଭାଙ୍ଗି ସୁନା, ରୁପା, ଟଙ୍କା ଲୁଟିନେଇଛନ୍ତି ଦୁର୍ବୁତ୍ତ l ଦୁର୍ବୁତ୍ତ ମାନେ ଚୋରି କରୁଥିବା ବେଳେ ସିସିଟିଭି ଫୁଟେଜ ରେ ଧରାପଡ଼ିଥିବା ବେଳେ ଖବର ପାଇ କାମାକ୍ଷାନଗର ପୋଲିସ ଲକ୍ଷ୍ମୀନଗର ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ସିସିଟିଭି ଫୁଟେଜ କୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ବିଗତ କିଛିମାସ ତଳେ ଲକ୍ଷ୍ମୀନଗର ରୁ ଦୁର୍ବୁତ୍ତ ମାନେ କିଛି ଘରୁ ସ୍କୁଟି ଓ ଅନ୍ୟ ସାମଗ୍ରୀ ଚୋରି କରିଥିବା ବେଳେ ପୋଲିସ ତରଫରୁ ବ୍ୟାପକ ପେଟ୍ରୋଲିଙ୍ଗ କରିବା ସହ ଚୋର ମାନଙ୍କୁ ଧରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି l
