ବୁଗୁଡ଼ାରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

ଚଳିତ ବର୍ଷ ୭୮ତମ ସ୍ବାଧୀନତା ଦିବସ ପାଳନ ହେବାକୁ ଯାଉଥିବା ବେଳେ ଆଜି ସ୍ଥାନୀୟ ଏନ୍ଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରାଙ୍କ ତତ୍ତ୍ବାବଧାନରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏନ୍ଏସି କର୍ମଚାରୀଙ୍କ ସମେତ ନିୟୁ ଏରା ପବ୍ଲିକ ସ୍କୁଲର ସ୍କାଉଟ୍ ଓ ଗାଇଡ୍ ଛାତ୍ରଛାତ୍ରୀମାନେ ସାମିଲ ରହିଥିଲେ । ସେହିପରି ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ସନ୍ତୋଷ କୁମାର ଜେନାଙ୍କ ତତ୍ତ୍ବାବଧାନରେ ପିପୁଲ୍ସ ହାଇସ୍କୁଲ , ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ଓ ବୁଦ୍ଧଗିରି ବିଦ୍ୟାପୀଠର ଛାତ୍ରଛାତ୍ରୀଙ୍କୁ ନେଇ ତ୍ରିରଙ୍ଗା ଶୋଭାଯାତ୍ରା ବାହାର କରାଯାଇ ନଗର ଭ୍ରମଣ କରାଯାଇଥିଲା ବେଳେ ଏଥିରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ସମେତ କେ.ନୀଳମାଧବ ଅଚାରୀ ଅଂଶ ଗ୍ରହଣ କରିଥିଲେ ।

ଅନ୍ଯପକ୍ଷରେ ସ୍ଥାନୀୟ ପିପୁଲ୍ସ କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ତତ୍ତ୍ବାବଧାନରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ସାଙ୍ଗକୁ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ତ୍ରିରଙ୍ଗା ଶୋଭାଯାତ୍ରା ଦୃଶ୍ଯ ଅତୀବ ମନୋରମ ରହିଥିଲା ।

Leave a Reply

Your email address will not be published. Required fields are marked *