କଙ୍କଡ଼ାହାଡ଼ ରେ ହର ଘର ତ୍ରିରଙ୍ଗା
କଙ୍କଡ଼ାହାଡ଼ ରେ ହର ଘର ତ୍ରିରଙ୍ଗା | ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ ବିଜେପି ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏ ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପରଜଙ୍ଗ ବିଧାୟକ ବିଭୁତିଭୂଷଣ ପ୍ରଧାନ ଯୋଗ ଦେଇ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ଯୋଗ ଦେଇଥିଲେ l ଏହି ଶୋଭାଯାତ୍ରା ବଟଗାଁ ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରୁ ବାହାରି ହଳଦିଗୁଣ୍ଡି,ଖଜୁରିଆ,ରହଣି, ବିରାଶାଳ, ଷେଣ୍ଢଷର, ମାରୁଆବିଳ, କମ୍ପୁଲେଇ, କାଠପାଳ ଆଦି ଗ୍ରାମ ବାଇକ ରେ ବୁଲିଥିଲେ l ପ୍ରତ୍ୟେକ ଗ୍ରାମରେ ତ୍ରିରଙ୍ଗାର ମହତ୍ବ ଉପରେ ଆଲୋକପାତ କରିଥିବା ବେଳେ ପ୍ରତ୍ୟେକ ଗ୍ରାମର ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ବିଧାୟକ ଶ୍ରୀ ପ୍ରଧାନଙ୍କୁ ଉତ୍ସସିତ ସମ୍ବର୍ଦ୍ଧନା ଜଣାଇଥିଲେ l ଏହି ବିଶାଳ ଶୋଭାଯାତ୍ରାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାସବିହାରୀ ବେହେରା, କାର୍ତିକ ସାହୁ, ମଣ୍ଡଳ ସଭାପତି ନାଉରି ସିଂହ, ସନାତନ ସାହୁ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ବଳଭଦ୍ର ସାହୁ, କୃଷ୍ଣ ଚନ୍ଦ୍ର ସାହୁ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିବା ବେଳେ ଦୁଇ ହଜାରରୁ ଉର୍ଦ୍ଧ କର୍ମକର୍ତ୍ତାଙ୍କ ସହିତ ଜନସାଧାରଣ ଯୋଗ ଦେଇଥିଲେ l
