ଖୋର୍ଦ୍ଧା ସ୍ଥିତ ନୁଆ ବସ୍ ଷ୍ଟାଣ୍ଡ ଠାରେ ୭୮ ତମ ସ୍ବାଧୀନତା ଦିବସ

ପ୍ରାତଃ ୮ ଘଟିକା ସମୟରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟି ତରଫରୁ ଖୋରଧା ସ୍ଥିତ ନୁଆ ବସ୍ ଷ୍ଟାଣ୍ଡ ଠାରେ ୭୮ ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଅଛି।ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ରୀ ରାଜୀବ ପଟ୍ଟନାୟକ ପତାକା ଉତ୍ତୋଳନ କରିବା ସହ ଦେଶ ସ୍ବାଧୀନତା ପଛରେ ନିଜର ସର୍ବସ୍ୱ ହରାଇଥିବା ସ୍ବାଧୀନତା ସଂଗ୍ରାମୀ ମାନଙ୍କ କଷ୍ଟ ଓ ବଳିଦାନ ଉପରେ ଆଲୋଚନା କରିଥିଲେ।ଉଲ୍ଲେଖ ଥାଉ କି ବର୍ଷୀୟାନ କଂଗ୍ରେସ ନେତା ଗୁରୁ ଚରଣ ପଟ୍ଟନାୟକ ଆଜିର ଓ ଭବିଷ୍ୟତ ଦିନ ମାନଙ୍କରେ ନାରୀ ଜାତି ଓ ସମାଜର ଦଳିତ,ନିଷ୍ପେଷିତ ଓ ପଛୁଆ ବର୍ଗର ଲୋକମାନେ କିପରି ଅଗ୍ରସର ହୋଇ ପାରିବେ ତାହା ଉପରେ ଗଭୀର ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ଶିଶିର ପରିଡା ଓ ଶିଳାଦିତ୍ୟ ପଟ୍ଟନାୟକ,ଜିଲ୍ଲା ମୁଖପାତ୍ର ଅମିତ ମହାନ୍ତି,ଛାତ୍ର ସଭାପତି ସୋମ୍ୟ ରଞ୍ଜନ ବରାଳ,ପ୍ରଦୋଷ ସାହୁ,ପ୍ରଦୋଷ ହରିଚନ୍ଦନ,ଜିତେନ୍ଦ୍ର ଚମ୍ପତି,ଆଇନଜୀବୀ ନୃସିଂହ ମିଶ୍ର,ବିଭାସ ମହାପାତ୍ର,ହଲିମ୍ ଖାନ୍,ଏମ ଡି ତାହିର୍, ଏମ ଡି ଅଖତର,ଫଜୁଲ୍ ରହମାନ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *