ଜାହାଡା ପଞ୍ଚାୟତ ରେ ପୁରସ୍କାର ବିତରଣ ଉତ୍ସବ
ଧରାକୋଟ:-୧୭/୦୮ ଧରାକୋଟ ବ୍ଲକ ଅନ୍ତର୍ଗତ ଜାହାଡା ପଞ୍ଚାୟତ କାର୍ଯ୍ୟଳୟ ରେ ୭୮ ତମ ସ୍ବାଧିନତା ଦିବସ ପଞ୍ଚାୟତ ସ୍ତରରେ ବେଶ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଛି। ପଞ୍ଚାୟତ ଅଧିନରେ ରହିଥିବା ଜାହାଡା ଉଚ୍ଚ ବିଦ୍ୟାଳୟ,ବାସୁଦେବ ୟୁ ପି ଏସ, ସ୍ଵପ୍ନେଶ୍ୱର ସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ,ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର, ପି ୟୁ ପି ଏସ କଣଭାଗ,ପ୍ରାଥମିକ ବିଦ୍ୟାଳୟ ଦଶମାଇଲି ପ୍ରଭୃତିରେ କବାଡି,ଦୌଡ଼,ପେପର ଡିଜାଇନ,ଖୋଖୋ, ମେପ ରିଡିଂ ,ସାଧାରଣ ଜ୍ଞାନ,ବାତ୍କୃତା ପ୍ରତିଯୋଗିତା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କୃତି ଛାତ୍ର ଛାତ୍ରୀ ମାନଙ୍କୁ ସ୍ବାଧିନତା ଦିବସ ପାଳନ ଅବସରରେ ପଞ୍ଚାୟତ କାର୍ଯ୍ୟଳୟ ପରିସରରେ ତାପସ ମେମୋରିଆଲ ସ୍ପୋର୍ଟସ ଟ୍ରଫି ସହ ପୁରସ୍କାର ଓ ନଗଦ ଅର୍ଥ ରାଶି ପ୍ରଦାନ କରାଯାଇଥିଲା । ସରପଞ୍ଚ ସତ୍ୟବାଦୀ ସ୍ୱାଇଁ ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅଗ୍ନିଶମ ବିଭାଗ ଅଧିକାରୀ ଚିତ୍ତରଞ୍ଜନ ସାହୁ, ଅତିଥି ଭାବରେ ସମିତି ସଭ୍ୟ ରୁବି ବେହେରା,ନାଏବ ସରପଞ୍ଚ ରେବତୀ ପ୍ରଧାନ ,ବରିଷ୍ଠ ସାମ୍ବାଦିକ ହୃଦାନନ୍ଦ ଜେନା, ଇଁ ରତ୍ନ ରଞ୍ଜନ ନାୟକ ,ତାପସ ମେମୋରିଆଲ ଟ୍ରଫି ର ଉଦ୍ୟୋକ୍ତା ଇଁ ଜ୍ୟୋତି ରଞ୍ଜନ ନାୟକ , ଜି ଆର ଏସ କାହ୍ନୁ ଚରଣ ମହାରଣା, ଜେ ଏସ ଚିତ୍ରସେନ ଗୌଡ଼ ଙ୍କ ସମେତ ସମସ୍ତ ଅଙ୍ଗନୱାଡ଼ି କର୍ମୀ ଓ ସ୍ବେଚ୍ଛାସେବୀ ମାନେ ଉପସ୍ଥିତ ରହିଥିଲେ। ଅତ୍ୟୁଲ୍ୟ ବିହାରୀ ସ୍ୱାଇଁ ଓ ସାମ୍ବାଦିକ ରବି ନନ୍ଦନ ପ୍ରଧାନ ସହଯୋଗ ପ୍ରଦାନ କରିଥିଲେ।
