ନିଶାସକ୍ତ ପୁଅର ଠେଙ୍ଗା ମାଡରେ ବାପର ମୃତ୍ୟୁ
ନିଶାସକ୍ତ ପୁଅର ଠେଙ୍ଗା ମାଡରେ ବାପର ମୃତ୍ୟୁ
ବସ୍ତା,୩୧।୫(ନିପ୍ର):ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଚକ୍ରଡା ଗ୍ରାମ ରେ ଘଟିଛି ଅଭାବନୀୟ ଘଟଣା।ନିଶାସକ୍ତ ପୁଅର ଠେଙ୍ଗା ମାଡରେ ବାପ ର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ଗୁରୁବାର ବିଳମ୍ବିତ ରାତିରେ ଚକ୍ରଡା ଗ୍ରାମ ର ତପନ ଦାସ କୈ।ଣସି କାରଣରୁ ନିଜର ସ୍ତ୍ରୀ କୁ ମାରପିଟ କରିଥିଲେ। ଏହାକୁ ନେଇ ସାନ ମଝିଆ ପୁଅ ମାର୍କଣ୍ଡ ଦାସ ନିଶାସକ୍ତ ଅବସ୍ଥାରେ ଘରେ ପହଞ୍ଚି ମା’କୁ ମାଡ ହୋଇଥିବା ଜାଣି ଏକ ଠେଙ୍ଗା ସାହାଯ୍ୟ ରେ ବାପା କୁ ଆକ୍ରମଣ କରିଥିଲେ। ଠେଙ୍ଗା ମାଡରେ ବାପର ପ୍ରାଣବାୟୁ ଉଡି ଯାଇଥିଲା। ତେବେ ବାପା ମୃତ୍ୟୁ ଘଟିଥିବା ଜାଣି ନିଶାସକ୍ତ ପୁଅ ଥାନା ରେ ଆତ୍ମ ସମର୍ପଣ କରିଥିବା ଜଣାପଡିଛି।ମୃତ ତପନ ଙ୍କ ଚାରିଜଣ ପୁଅ ଥିବା ବେଳେ ତିନି ପୁଅ ବାହାରେ ରହନ୍ତି। ବସ୍ତା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି। ଘଟଣା ସମ୍ପର୍କରେ ପରିବାର ପକ୍ଷରୁ କୈ। ଣସି ସୂଚନା ଦିଆଯାଇନାହିଁ।
