ପୁଅ ଆଖିରେ ଦେଖୁଛନ୍ତି ବାପା

ଅନ୍ଧର ଲଉଡି ସାଜିଛି ପାଞ୍ଚ ବର୍ଷ ର ପୁଅଜଣେ ଦୃଷ୍ଟି ବାଧିତ ବ୍ୟକ୍ତି ଙ୍କ ଲଉଡି ସାଜିଛି ତାଙ୍କ ପାଞ୍ଚ ବର୍ଷର ଶିଶୁପୁତ୍ର।କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦଲସର୍ଗି ଗ୍ରାମର ଫୁଲଧର ହଂସ। ଏକ ଦୁଃସାଧ୍ୟ ରୋଗରେ ପୀଡିତ ହୋଇ ଦୀର୍ଘ ବର୍ଷ ହେଲା ଦୃଷ୍ଟି ଶକ୍ତି ହରାଇ ଥିବା ବେଳେ ଗତ ପାଞ୍ଚ ବର୍ଷ ହେଲା ସେ ତାଙ୍କ ସ୍ତ୍ରୀ ଙ୍କୁ ମଧ୍ୟ ହରେଇଛନ୍ତି । ଦୁଇ ଝିଅ ତୋଫାନି(୧୦) ଓ ନନ୍ଦିନୀ(୭),ପୁଅ ପ୍ରତାପ(୫)କୁ ନେଇ ତାଙ୍କ ସଂସାର ।ସ୍ତ୍ରୀ ଥିଲା ବେଲେ ମୂଳଖଟି ପରିବାର ପ୍ରତିପୋଷଣ ହେଉଥିଲା।ସ୍ତ୍ରୀ ଚାଲିଗଲା ବେଳୁ କେବଳ ଭତ୍ତା ଟଙ୍କା ଓ ମାଗଣା ଚାଉଳ ହି ବଞ୍ଚିବା ପାଇଁ ଆଶା ଓ ଭରଷା ।ଦୃଷ୍ଟି ଶକ୍ତି ହୀନ ହୋଇ ଥିବାରୁ ସେ ରୋଜଗାର କରିବାରେ ଅକ୍ଷମ। କିନ୍ତୁ ପରିସ୍ଥିତି ର ପ୍ରତାଡନା ରେ ତାଙ୍କୁ ଘରୁ ବାହାରକୁ ମୂଳ ଖଟିବା ପାଇଁ ବାହାରିବାକୁ ପଡିଥାଏ।ନିଜେ ରାସ୍ତା ଦେଖିବାରେ ଅସମର୍ଥ ତେଣୁ ନିଜ ପାଞ୍ଚ ବର୍ଷ ର ପୁଅ ସମ୍ଭାଳିଛି ତାଙ୍କ ଲଉଡି।ସେ ଘର ଘର କୁ ପହଞ୍ଚାଇ ଦିଏ ନିଜ ବାପା ଙ୍କୁ ଓ ମୂଳ ଖଟିବା ସମୟ ପରେ ଘରକୁ ନେଇ ଆସେ ।କେବଳ ମୂଳ ପାଇଁ ନୁହେଁ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ , ଭତ୍ତା ପାଇଁ ପଞ୍ଚାୟତ ତଥା ପରିବା ସଉଦା ପାଇଁ ବଜାର କୁ ଟାଣ ଖରା ରେ ମଧ୍ୟନିଜ ବାପା କୁ ଲଉଡି ଧରି ନେଇ ଯାଉଥିବା ଦେଖିବାକୁ ମିଳେ। ପ୍ରବଳ ଗ୍ରୀଷ୍ମ ପ୍ରବାହ ରେ ଘରୁ ବାହାର କୁ ବାହାରି ହେଉ ନଥିବା ବେଳେ ଛୋଟ କୋମଲମତି ଶିଶୁ ଟିଏ ତାଙ୍କୁ ବାଟ ଦେଖାଇ ନେଉଥିବା ଦୃଶ୍ୟ ଦେଖଣାହାରୀ ଙ୍କ ଲୋମ ଟାଙ୍କୁରିତ ଥାଏ।ଏହି ଘଟଣା କୁ ଧର୍ମଗଡ଼ ବିଡ଼ିଓ ଶରତ ପାତ୍ର ଙ୍କୁ ଅବଗତ କରାଯିବା ପରେ ସଂପୃକ୍ତ ବ୍ୟକ୍ତି ଘରକୁ ନିଜେ ଯାଇ ତାଙ୍କୁ ସାକ୍ଷାତ କରିବି ବୋଲି କହିଥିଲେ। ଦୃଷ୍ଟି ବାଧିତ ବ୍ୟକ୍ତି ଙ୍କ ପରିବାର କୁ ପ୍ରଶାସନ ତରଫ ରୁ ଯଥୋଚିତ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *