ଯାଜପୁରର ବିକଶିତ ଓ କୋରେଇ ଅନୁନ୍ନତକୁ ନେଇ ଆଲୋଚନା ଚକ୍ର
ଯାଜପୁର ରୋଡ଼ ହୋଟେଲ ରୟାଲକଳିଙ୍ଗରେ ଜିଲ୍ଲା ଟ୍ୟାକ୍ସ ବାର ଆସୋସିଏସନ ପକ୍ଷରୁ ଯାଜପୁରର ବିକଶିତ ଓ କୋରେଇ ଅନୁନ୍ନତକୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହେଇଯାଇଛି l ଆସୋସିଏସନର ସଭାପତି ବିବେକାନନ୍ଦ ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ଜିଲ୍ଲାର ବରିଷ୍ଠ ଆଇନୀଜୀବି ସ୍ବର୍ଗତ ମଦନ ମୋହନ ସ୍ୱାଇଁଙ୍କ ଜୟନ୍ତୀ ଉପଲକ୍ଷେ କୋରେଇର ବିକାଶକୁ ନେଇ ଆଲୋଚନା କରାଯାଇଥିଲା l ଏହି ଆଲୋଚନାରେ କୋରେଇ ବିଧାୟକ ଆକାଶ ଦାସନାୟକ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଓ ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ଯୋଗଦେଇ ଜିଲ୍ଲା ଯଥା କୋରେଇର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ l ଏହି ଅବସରରେ କଳାକ୍ଷେତ୍ର ନାଁ କରିଥିବା ଅନେକ କୁନି କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଲଯାଜପୁର l
