ସ୍ୱlୟତ ଶାସନ ଦିବସ |
ଜଗତସିଂହପୁର ପୌର ପରିଷଦ ପକ୍ଷରୁ ସ୍ଥାନୀୟ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ଠାରେ ସ୍ୱାୟତ ଶାସନ ଦିବସ-୨୦୨୪ ଅନୁଷ୍ଠିତ ହୋଇଯାଇଛି ।ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ପୌର ଉନ୍ନୟନ ଅଧିକାରୀ ରବିନାରାୟଣ ଜେଠି, ପୋୖର ନିର୍ବାହୀ ଅଧିକାରୀ ସୀମାରାଣୀ ଜେନା ପ୍ରମୁଖ ଯୋଗ ଦେଇ ଜଗତସିଂହପୁର ପୌର ପରିଷଦକୁ ସାରା ରାଜ୍ୟରେ ଏକ ଅଗ୍ରଣୀ ପୌର ପରିଷଦ ଭାବେ ଗଢି ତୋଳିବା ପାଇଁ ସଂକଳ୍ପ ନେବା ପାଇଁ ଆହ୍ବାନ ଦେଇଥିଲେ ।ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭା ମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ ।
