ଭୁବନରେ ଚାଲିଲା ଡ୍ରୋଜର/ ଜବରଦଖଲ ଉଚ୍ଛେଦ କରିଲା ପ୍ରଶାସନ

ଆଜି ଭୁବନ ବିଜ୍ଞାପିତ ଅଞ୍ଚଳ ଅନ୍ତର୍ଗତ ୱାର୍ଡ ନମ୍ବର – ୪ ବ୍ରାହ୍ମଣ ଶାସନ ନିକଟ ଶିବ ମନ୍ଦିର ନିକଟରେ ଗୋଟିଏ ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ କରିଛି ଭୁବନ ପ୍ରଶାସନ ।ଏହି ସରକାରୀ ସ୍ଥାନଟିକୁ ୱାର୍ଡ ନମ୍ବର – ୪ ବାସିନ୍ଦା ପ୍ରଶାନ୍ତ କୁମାର ସାହୁ ଦୀର୍ଘ ୩୦ (ତିରିଶ) ବର୍ଷରୁ ଜବରଦଖଲ କରି ଏଠାରେ ଏକ କୁକୁଡ଼ା ଫାର୍ମ ସହିତ ପରିବା ଚାଷ କରି ଆସୁଥିଲେ । ଏହି ସ୍ଥାନରେ ସରକାରୀ ଅନୁମୋଦନ ପ୍ରାପ୍ତ ଏକ ଅଙ୍ଗନୱାଡ଼ି ଗୃହ ନିର୍ମାଣ ପାଇଁ ସରକାରୀ ସ୍ଥରରେ ଚିଠି ହୋଇଥିବା ବେଳେ ଏହାକୁ ଛାଡ଼ିବାକୁ ରାଜି ହୋଇନଥିଲେ ପ୍ରଶାନ୍ତ । ଅଭିଯୋଗ କ୍ରମେ ଭୁବନ ତହସିଲ ପକ୍ଷରୁ ଏନେଇ ତାଙ୍କୁ ଗତ ୨୩,୦୮,୨୪ ରିଖରେ ଏକ ନୋଟିସ ଜାରି କରାଯାଇଥିଲା । ଜାରିକରିଥିଲେ ଭୁବନ ତହସିଲଦାର ଶ୍ରୀୟାଲ ଶୁଭ୍ର ପଟେଲ । ନୋଟିସ ଅବଧି ୩୦,୦୮,୨୪ ରିଖଠାରୁ ସରିଯାଇଥିବାରୁ ଆଜି ତହସିଲଦାର ଏବଂ ଭୁବନ ପୋଲିସ ଉପସ୍ଥିତିରେ ଏକ ଡ୍ରୋଜର ମେସିନ୍ ସାହାଯ୍ୟରେ ଜବର ଦଖଲ ସ୍ଥାନକୁ ଉଚ୍ଛେଦ କରାଯାଇଥିବା ଦେଖିବାକୁ ମିଳିଛି।ତେବେ ଜବରଦଖଲ ଉଚ୍ଛେଦ ନୋଟିସଟି ୨୩,୦୮,୨୪ ରିଖର ହୋଇଥିଲେ ମଧ୍ୟ , ତାହା ୨୭,୦୮,୨୪ ରିଖ ଦିନ ମତେ ଦିଆଯାଇଥିବା ଅଭିଯୋଗ କରିବାସହ ଭୁବନ ଅଞ୍ଚଳରେ ଶହଶହ ଏକର ସରକାରୀ ଜମି ଜବରଦଖଲରେ ଥିବା ବେଳେ ପ୍ରଭାବଶାଳୀ ବ୍ୟକ୍ତିଙ୍କ କବଜା ଥିବାରୁ ସେସବୁ କୁ ପ୍ରଶାସନ ହାତ ମାରି ପାରୁନଥିବା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ପ୍ରଶାନ୍ତ କୁମାର ସାହୁ । ଏନେଇ ଭୁବନ ତହସିଲଦାର କୌଣସି ପ୍ରତିକ୍ରିୟା ଦେବାକୁ ସିଧାସଳଖ ମନା କରିଦେଇଛନ୍ତି ।

Leave a Reply

Your email address will not be published. Required fields are marked *