ସିପିଆଇ (ଏମ୍.ଏଲ) ସମର୍ଥିତ ପୋଲସରା ବିଧାୟକ ପ୍ରାର୍ଥୀ ନିରାକାର ନାୟକଙ୍କ ନାମାଙ୍କନ ପତ୍ର ଦାଖଲ

* ଆଜି,ତା.୩୦.୪.୨୦୨୪ରିଖ ଦେଶରେ ସାମ୍ପ୍ରଦାୟିକ ଫାସିବାଦ ଓ କର୍ପୋରେଟ ସପକ୍ଷବାଦୀ ନୀତି ବିରୁଦ୍ଧରେ ସିପିଆଇ (ଏମ୍.ଏଲ)ସମର୍ଥିତ ପ୍ରାର୍ଥୀ ସାଥୀ ଅବନୀ ଗୟା ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ପାଇଁ ପଞ୍ଚମ ଦିବସରେ ପୋଲସରା ନିର୍ବାଚନ କ୍ଷେତ୍ର ପାଇଁ ବିଧାୟକ ପ୍ରାର୍ଥୀ ଭାବେ ଛତ୍ରପୁର ଏଡିଏମ ପ୍ରମୋଦ କୁମାର ପୃଷ୍ଟିଙ୍କ ଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ଏହି ପରିପ୍ରେକ୍ଷୀରେ ଚାଷୀ ମୁଲିଆ ସଂଘ ତଥା ବିପ୍ଲବୀ କମ୍ୟୁନିଷ୍ଟ ପାର୍ଟି ସିପିଆଇ(ଏମ.ଏଲ)ନେତୃତ୍ଵରେ ଛତ୍ରପୁର ଅପର ବସ ଷ୍ଟାଣ୍ଡ ଠାରୁ ଶୋଭାଯାତ୍ରା ବାହାରିଥିଲା l ପ୍ରାର୍ଥୀ ପତ୍ର ଦାଖଲ ବେଳେ ଜିଲ୍ଲା ନେତା ସାଥି ଅବନୀ ଗୟା,ମାନବ ଅଧିକାର ସୁରକ୍ଷା ମଞ୍ଚର ସଭାପତି ସାଥୀ ଗଗନ ଚନ୍ଦ୍ର ମଲ୍ଲିକ, ପୋଲସରା ବ୍ଲକ କମିଟିର ସାଥି ରଞ୍ଜନ ଶବର, ଲଡ଼ୁ ଶବର, ବୁଗୁଡ଼ା ବ୍ଲକ କମିଟିର ସାଥି ପ୍ରକାଶ ନାୟକ, ବାଞ୍ଛା ନାୟକ,ଦାଶରଥି ନାୟକ ପ୍ରମୁଖ ନେତୃତ୍ୱ ନେଇଥିବା ବେଳେ ଶତାଧିକ କର୍ମୀ ଅଂଶ ଗ୍ରହଣ କରିଥିଲେ l

Leave a Reply

Your email address will not be published. Required fields are marked *