ଓଡ଼ିଶା ବ୍ରାହ୍ମଣ ମହାସଂଘର ବନ୍ତ ବ୍ଲକ ଶାଖା ବୈଠକ
ଭଦ୍ରକ,୧୧/୧୧- ଓଡ଼ିଶା ବ୍ରାହ୍ମଣ ମହାସ°ଘ ର ବନ୍ତ ବ୍ଲକ ଶାଖା ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ୍ ଗଣେଶ ପ୍ରସାଦ କରଶର୍ମାଙ୍କ ଅଧ୍ୟକ୍ଷତାରେ ଆହୂତ ବୈଠକରେ ଜିଲ୍ଲା ସଭାପତି କାଶିନାଥ ପଣ୍ଡା, ତ୍ରିଲୋଚନ ପଣ୍ଡା, ଉପସଭାପତି ପତଞ୍ଜଳି କର ଶର୍ମା, ସାଧାରଣ ସମ୍ପାଦକ ବସନ୍ତ କୁମାର ଦୀକ୍ଷିତ, ରାଜ୍ୟ ସମ୍ପାଦକ ଗୋପବନ୍ଧୁ ମିଶ୍ର, ସନ୍ତୋଷ କୁମାର କର ପ୍ରମୁଖ ଯୋଗଦେଇ ବ୍ରାହ୍ମଣ ସମାଜ ର ବିଭିନ୍ନ ସମସ୍ୟା ଓ ତାର ସମାଧାନ ବାବଦରେ ଆଲୋଚନା ସହ ବନ୍ତ ବ୍ଲକର ନୂତନ ବ୍ଲକ କମିଟି ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ। ସ୍ଥାୟୀ କମିଟି ଗଠନ ପର୍ଯ୍ୟନ୍ତ ବ୍ଲକର ୨୫ଟି ପଞ୍ଚାୟତ କୁ ତିନୋଟି ଜୋନରେ ବିଭକ୍ତ କରି ଏକ ୨୦ ଜଣିଆ ଷ୍ଟିୟରି କମିଟି ଗଠନ କରାଗଲା। ଯେଉଁଥିରେ ପିତାମ୍ବର ପଣ୍ଡା, ମୂରଲୀ ପଣ୍ଡା, ଶରତ ଚନ୍ଦ୍ର ମିଶ୍ର, ଗଙ୍ଗାଧର ପଣ୍ଡା, ପଦ୍ମନାଭ ପାଣିଗ୍ରାହୀ, ଜୟକୃଷ୍ଣ ପଣ୍ଡା ରବୀନ୍ଦ୍ର ପଣ୍ଡା, ହୃଶୀକେଶ ମିଶ୍ର, ନାରାୟଣ ଦାଶ, ବସନ୍ତ ମିଶ୍ର, ସୌରଭ କୁମାର ଦାଶ, ନାରାୟଣ ମିଶ୍ର, ଅଶୋକ ଦାଶ, ଜଗବନ୍ଧୁ ଶତପଥି, ବିଜୟ କୁମାର ପଣ୍ଡା, ଅରବିନ୍ଦ ଦାଶ, ମଦନମୋହନ ପାଢ଼ୀ, ଶ୍ରୀକାନ୍ତ ପଣ୍ଡା, ରମେଶ ପତି, ମଣିଚରଣ ପାଢ଼ୀ, ଚିନ୍ତାମଣି ମିଶ୍ର ଓ ହରେକୃଷ୍ଣ ପତି ଆଦିଙ୍କୁ ଚୟନ କରାଯାଇ ସମସ୍ତ ପଞ୍ଚାୟତକୁ ଯାଇ ବ୍ରାହ୍ମଣ ପରିବାର ଗୁଡିକ ଉପରେ ସର୍ଭେ କରିବାକୁ ବୈଠକରେ ନିଷ୍ପତ୍ତି ନିଆଗଲା। ଅନ୍ୟ ରାଜ୍ୟଭଳି ଓଡ଼ିଶାରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଆର୍ଥିକ ଅନଗ୍ରସର ବ୍ରାହ୍ମଣ ମାନଙ୍କୁ ସରକାରଙ୍କ ଇଡବ୍ଲ୍ୟୁଏସ୍ ଗୃପରେ ସାମିଲ କରିବାକୁ ମହାସ°ଘ ପକ୍ଷରୁ ଦାବି ରଖିବାକୁ ସର୍ବସମ୍ମତ ନିଷ୍ପତ୍ତି ନିଆଗଲା।
ରିପୋର୍ଟ- ପୁନିଲ କୁମାର ସାମନ୍ତ।

