ଓଡିଶା ଚାରୁ ଓ କରୁକଳା ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ମାସ ଉଦଯାପିତ
ଓଡିଶା ଚାରୁ ଓ କରୁକଳା ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ମାସ ଉଦଯାପିତ ପୁରୀ ୧୪/୨ ଛାତ୍ରଛାତ୍ରୀ ଓ ଯୁବ ବର୍ଗ ଦେଶର ଭବିଷ୍ୟତ।ବାପା ମା ମାନେ ବହୁତ କଷ୍ଟ ସହି ପିଲାମାନଙ୍କୁ ମଣିଷ କରନ୍ତି।ସେମାନେ ସଡକ ସୁରକ୍ଷା ବିଷୟରେ ସଚେତନ ହେଲେ ଦେଶର ତଥା ପରିବାରର ମଙ୍ଗଳ ହୋଇପାରିବ ବୋଲି ବକ୍ତା ମାନେ କହିଛନ୍ତି।ପୁରୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ସଡ଼କ ସୁରକ୍ଷା ମାସ ଉପଲକ୍ଷେ ଅନୁଷ୍ଠିତ ହେଉଥିବା ସଚେତନତା କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇ ଯାଇଛି।ଏହା ଗତ ମାସ ୧୫ ତାରିଖ ଠାରୁ ଜାରି ରହିଥିଲା।ଏହି ପରିପ୍ରେକ୍ଷୀରେ ପୁରୀ ସ୍ଥିତ ଓଡିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧକ୍ଷ ଦୁର୍ଗା ମାଧବ କର ଆଲୋଚନା ଚକ୍ର କୁ ଅଧ୍ୟକ୍ଷତା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିବହନ ଅଧିକାରୀ ରବିନ୍ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଡ଼କ ସୁରକ୍ଷା ର ନିୟମ କୁ ସମେସ୍ତ ଅନୁପାଳନ କରି ପାରିଲେ ଦୁର୍ଘଟଣା ଓ ଜୀବନ ହାନି କୁ ରୋକଯାଇ ପାରିବ ବୋଲି କହିବା ସହ ବିଭିନ୍ନ ସଚେତନତା ବାର୍ତ୍ତା ଦେଇଥିଲେ। ଜ଼ିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରତ୍ୟେକ ଦିନ ସଡକ ସୁରକ୍ଷା ର ଦିନ ଓ ପ୍ରତିଟି ଗାଡି ଚାଳକ ସୁରକ୍ଷା ନିୟମ କୁ ପାଳନ କରିବାକୁ ଅନୁରୋଧ କରିଥିଲେ ।କାର୍ଯ୍ୟକ୍ରମ ରେ ଶ୍ୟାମ ପ୍ରକାଶ ସେନାପତି ଭବାନୀ ପ୍ରସାଦ ବଳିୟାରସିଂହ,ଅଧ୍ୟାପକ ବିଶ୍ଵମୋହନ ରଥ, ଉଦ୍ଧବ ନାୟକ, ତୃପ୍ତିରେଖା ମିଶ୍ରଙ୍କ ସମେତ 50 ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।
