ଓଡ଼ିଶା ଅଗ୍ନିଶମ ବିଭାଗ ଯାଜପୁର ରୋଡ ଶାଖା ପକ୍ଷରୁ ଜରୁରୀ କାଳୀନ ସପ୍ତାହ ପାଳିତ

ଯାଜପୁର ରୋଡ଼ ଚୋରଦା ବାଇପାସ ଛକରେ ଓଡ଼ିଶା ଅଗ୍ନିଶମ ବିଭାଗ ଯାଜପୁର ରୋଡ ଶାଖା ପକ୍ଷରୁ ଜରୁରୀ କାଳୀନ ସପ୍ତାହ – ୨୦୨୪ ଆରମ୍ଭ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ ହେଇ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି l

ଏହି ପରିପକ୍ଷରେ ଚୋରଦା ବାଇପାସ ନିକଟରେ ଯାଜପୁର ରୋଡ ଅଗ୍ନିଶମ ବିଭାଗ ଅଧିକାରୀ ତାପସ କୁମାର ମନ୍ତ୍ରୀଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି l ଏହି କାର୍ଯ୍ୟକ୍ରମରେ ଯାଜପୁର ରୋଡ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହି ହଠାତ କୌଣସି ସ୍ଥାନରେ ନିଆଁ ଲାଗିଲେ କିଭଳି ଲିଭେଇ ସ୍ଥାନୀୟ ଦୋକାନୀ ମାନଙ୍କୁ ସଚେତନତା କରିଥିଲେ |

Leave a Reply

Your email address will not be published. Required fields are marked *