ଓଡିଶା ଭିଜନ ୨୦୩୬

ଓଡିଶା ଭିଜନ ୨୦୩୬ ଓ ୨୦୪୭ ବିକଶିତ ଭାରତ ପାଇଁ ଆଞ୍ଚଳିକସ୍ତରୀୟ ପରାମର୍ଶ କର୍ମଶାଳା
ଅତି ଉଚ୍ଚମାନର ପ୍ରସ୍ତାବ ଆସିଛି_ ମନ୍ତ୍ରୀ ଶ୍ରୀ ପୂଜାରୀ
କୋରାପୁଟ,୧୫।୫() ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହ ଠାରେ ଆଞ୍ଚଳିକ ସ୍ତରୀୟ ଓଡିଶା ଭିଜନ ୨୦୩୬ ଓ ୨୦୪୭ ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା ଆଞ୍ଚଳିକ ସ୍ତରୀୟ ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଉପସ୍ଥିତିରେ ବିଭିନ୍ନ ବ୍ୟକ୍ତି ବିଶେଷ ଓଡିଶା ଭିଜନ ପାଇଁ ପ୍ରସ୍ତାବ ମାନ ଉପସ୍ଥାପନା କରିଥିଲେ।କୋରାପୁଟରୁ ଅତି ଉଚ୍ଚ ମାନର ପ୍ରସ୍ତାବ ଆସିଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ରାଜ୍ୟରେ ଆଞ୍ଚଳିକ ସ୍ତରୀୟ ପରାମର୍ଶ କର୍ମଶାଳା ଆୟୋଜନ କରାଯାଉଛି ।ଲୋକମାନଙ୍କ ଠାରୁ ପ୍ରସ୍ତାବ ଆସିବା ପରେ ଭିଜନ ଖସଡ଼ା ଚୁଡାନ୍ତ ରୂପ ନେବ ବୋଲି ସେ କହିଛନ୍ତି। ବିକଶିତ ଭାରତ ଗଠନରେ ଓଡ଼ିଶା ରାଜ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଜଙ୍ଗଲ ଓ ଗୃହ ବିଭାଗର ଅତିରିକ୍ତ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି। ପ୍ରକୃତି ଓ ପ୍ରଗତି ମଧ୍ୟରେ ସନ୍ତୁଳନ ରହିଲେ ଓଡିଶା ବିକାଶଧାରାରେ ଆଗେଇପାରିବ ବୋଲି ସେ କହିଛନ୍ତି । ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ରୂପା ରୋସନ ସାହୁ ଯୋଗଦେଇ ଭିଜନ ଡକ୍ୟୁମେଣ୍ଟ ଉପସ୍ଥାପନା କରିଥିଲେ।ବ୍ୟାପକ ଆର୍ଥିକ ପ୍ରଗତି, କୃଷକଙ୍କ ଆୟ ବୃଦ୍ଧି କରିବା, ପ୍ରାଣୀ ଚାଷୀଙ୍କ ଆୟ ବୃଦ୍ଧି କରିବା, ମତ୍ସ୍ୟ ଚାଷ ଏବଂ ଜଳ କୃଷିକୁ ବୃଦ୍ଧି କରିବା, ସ୍ଥିର ଓଡ଼ିଶା ପାଇଁ ଜଳ ସୁରକ୍ଷା, ଜୀବନଯାପନର ସହଜାତରେ ଉନ୍ନତି ଆଣିବା ଏବଂ ଅଣ କୃଷି ନିଯୁକ୍ତି ସୃଷ୍ଟି କରିବା, ସମାନତା ଓ ସମ୍ମାନ ଉପରେ ମୂଳଦୁଆ ପକାଇ ଭବିଷ୍ୟତ ନିର୍ମାଣ କରିବା, ସମସ୍ତଙ୍କ ପାଇଁ ପୁଷ୍ଟିକର ସୁରକ୍ଷା ସୁନିଶ୍ଚିତ କରିବା, କ୍ରୀଡା ଓ ସୁସ୍ଥତା ବିପ୍ଲବର ଓଡିଶାକୁ ଅଗ୍ରଣୀ କରିବା, ବିଶ୍ଵ ପାଇଁ ଓଡ଼ିଶା ଦକ୍ଷତା ଓ ଦକ୍ଷ, ବିଶ୍ବସ୍ତରୀୟ ଉଚ୍ଚ ଶିକ୍ଷା, ଗୁଣାତ୍ମକ ଶିକ୍ଷା,ମହିଳା ନେତୃତାଧିନ ବିକାଶ, ଷ୍ଟାର୍ଟ ଅପ ଓଡ଼ିଶା, ଗବେଷଣା ଓ ଜ୍ଞାନ ଭିତ୍ତିକ ଅର୍ଥ ନୀତି, ଶକ୍ତି ଓ ସ୍ଥିରତା, ସହରୀକରଣ ଅଭିବୃଦ୍ଧିର ଏକ ଇଞ୍ଜିନ, ଲଜିଷ୍ଟିକ, ଭିତ୍ତିଭୂମି ଏବଂ ସଂଯୋଗିକରଣ, ସେବାକ୍ଷେତ୍ର ବିସ୍ତାର, ଶିଳ୍ପ, ଖଣିଜ ସମ୍ପଦର ଉପଯୋଗ, ଓଡିଆ ଅସ୍ମିତାକୁ ବିଶ୍ବସ୍ତରୀୟ ପ୍ରସିଦ୍ଧି ପ୍ରଦାନ କରିବା, ପ୍ରମୁଖ ପର୍ଯଟନ ସ୍ଥଳ (ଥିଙ୍କ ଇଣ୍ଡିଆ, ଥିଙ୍କ ଓଡ଼ିଶା), ସ୍ବଚ୍ଛ ଓ ଡିଜିଟାଲ ଶାସନ ସୁନିଶ୍ଚିତ କରିବା,ନାଗରିକ କୈନ୍ଦ୍ରିକ ନୀତି ଏବଂ ବିପର୍ଯ୍ୟୟ ପରିଚାଳନା ପ୍ରମୁଖ ୨୭ ଗୋଟି ଅଧ୍ୟାୟକୁ ନେଇ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଉଛି ।ଏହି କର୍ମଶାଳାରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ପରିବହନ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ,କୋରାପୁଟ ବିଧାୟକ ରଘୁରାମ ମାଛ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର , ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଅଖିଲେଶ୍ୱର ସିଂ, ମାଲକାନଗିରି ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ, ନବରଙ୍ଗପୁର ଜିଲ୍ଲାପାଳ ଡ ଶୁଭଙ୍କର ମହାପାତ୍ର,କୋରାପୁଟ ଏସପି ରୋହିତ ବର୍ମା, କୋରାପୁଟ ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା, କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ,ଅର୍ଜୁନ ପୁରସ୍କାର ପ୍ରାପ୍ତ କେ.ରବି କୁମାର ପ୍ରମୁଖଙ୍କ ଉପସ୍ଥିତ ଥିଲେ। ଆଭାସି ମାଧ୍ୟମରେ ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଜିଲ୍ଲାପାଳ ମାନଙ୍କ ସହ ସୌମ୍ୟା ସ୍ବାମୀନାଥନ ଯୋଡ଼ି ହୋଇଥିଲେ। ଜିଲ୍ଲାପାଳ ଭି କୀର୍ତ୍ତି ୱାସନ ଯୋଗଦେଇ ପରିଚାଳନା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଯୋଜନା ଓ ପର୍ଯ୍ୟବେକ୍ଷଣ ଉପ ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା,କୋରାପୁଟ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ସ୍ନେହପ୍ରଭା ମାଝୀ, କୋରାପୁଟ ଉପ ଜିଲ୍ଲାପାଳ ପ୍ରେମଲାଲ ହିଆଲ, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ତପନ କୁମାର ନାୟକ ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମଟି ସୁପରିଚାଳନା ସହ ସମାପ୍ତ ହୋଇଥିବାରୁ ମନ୍ତ୍ରୀ ଶ୍ରୀ ପୂଜାରୀ ଖୁସି ପ୍ରକଟ କରିଥିଲେ।

Leave a Reply

Your email address will not be published. Required fields are marked *