ଓଡିଶା ଯୁବ କଂଗ୍ରେସ ସୋସିଆଲ ମିଡିଆ ରାଜ୍ୟ ସଂଯୋଜକ ହେଲେ ମନୋଜ

ଓଡିଶା ଯୁବ କଂଗ୍ରେସ ସୋସିଆଲ ମିଡିଆ ରାଜ୍ୟ ସଂଯୋଜକ ହେଲେ ମନୋଜ

ପୁରୀ, ୨୦/୫ – ଓଡିଶା ଯୁବ କଂଗ୍ରେସ ସୋସିଆଲ ମିଡିଆର ରାଜ୍ୟ ସଂଯୋଜକ ଭାବେ ପୁରୀର ମନୋଜ କୁମାର ବେହେରାଙ୍କୁ ମନୋନୀତ କରାଯାଇଛି । ଏହି ନବନିଯୁକ୍ତି ପାଇଁ ଶ୍ରୀ ବେହେରା ପ୍ରିୟ ନେତା ରାହୁଲ ଗାନ୍ଧୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡଗେ, ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି ଉଦୟଭାନୁ ଚିବ, ସୋସିଆଲ ମିଡିଆ ସଭାପତି ମନୁ ଜେନ୍ , ଓଡିଶାର କଂଗ୍ରେସ ନେତା ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ରାଷ୍ଟ୍ରୀୟ ସମ୍ପାଦକ ସୌରଭ ପୌୱାର, ଓଡିଶା ସୋସିଆଲ ମିଡିଆ ପ୍ରଭାରୀ ଦୁଲାଲ ଶର୍ମା, ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ , ପ୍ରଦେଶ ପ୍ରଭାରୀ ଅଜୟ କୁମାର ଲାଲୁ , ଯୁବ କଂଗ୍ରେସ କାର୍ଯ୍ଯକାରୀ ସଭାପତି କୃଷ୍ଣ ଚନ୍ଦ୍ର ମହାନ୍ତି , ଡ଼ା. ବିଶ୍ୱରଞ୍ଜନ ମହାନ୍ତି, ଡ଼ା. ସ୍ମୃତି ରଞ୍ଜନ ଲେଙ୍କା, ଅବିଳାସ ପତି, ଛବିନ୍ଦ୍ର ପଢିଆରୀ, ସୁଜିତ ମହାପାତ୍ର, ଅଞ୍ଜନ ସିଂହ ଓ ଦେବାଶିଷ ଦଇତାପତିଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ଦାୟିତ୍ୱ ମୋ ପାଇଁ ଗୌରବ ଆଣିବା ସହ ଯୁବମାନଙ୍କ ସହ ସଂଯୋଗୀ କରଣ ବଢ଼ାଇବା, ସଠିକ ସୂଚନା ପ୍ରଦାନ କରିବା ଓ ଯୁବ କଂଗ୍ରେସର ଭବିଷ୍ୟତ ଉଜ୍ଜ୍ୱଳ କରିବା ମୋର ପ୍ରାଥମିକ ଲକ୍ଷ୍ୟ ରହି ବୋଲି ଶ୍ରୀ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *