ବେଆଇନ ବାଲି ଚାଲାଣ ବେଳେ ଗୋଟିଏ ଟ୍ରାକ୍ଟର ଜବତ
ଆନନ୍ଦପୁର:୨୧/୮- ଆନନ୍ଦପୁର ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବାଲି ଚାଲାଣ କରାଯାଉଥିବାବେଳେ ଆନନ୍ଦପୁର ତହସିଲଦାର ତପନ କୁମାର ନାୟକ ଅନେକ ବାଲିମାଫିଆଙ୍କୁ ରୋକିବାରେ ସଫଳ ହୋଇଛନ୍ତି ।ସେହିଭଳି ଆଜି ବେଆଇନ ଭାବେ ବାଲି ନେଇ ଯାଉଥିବାବେଳେ ପଦ୍ମପୁରରୁ ଏକ ଟ୍ରାକ୍ଟରକୁ ଜବତ କରିବା ସହ ୨୦ ହଜାର ଟଙ୍କା ଜୋରିମାନା ଆଦାୟ କରିଛନ୍ତି |
ଅଭିନ୍ନ କୁମାର ରଣା, କେନ୍ଦୁଝର।
