ସୂଚନା ଓ ଲୋକସଂପର୍କ ବିଭାଗ ଉପନିର୍ଦେଶକଙ୍କ ମାଲକାନଗିରି ଗସ୍ତ
ମାଲକାନଗିରି୨୧/୮- ସୂଚନା ଓ ଲୋକସଂପର୍କ ବିଭାଗର ଦକ୍ଷିଣାଞ୍ଚଳର ଉପନିର୍ଦେଶକ ଶ୍ରୀଯୁକ୍ତ ଗୁରୁଵୀର ସିଂ ଓଡ଼ିଶାର ଉପାନ୍ତ ଜିଲ୍ଲା ମାଲକାନଗିରି ଗସ୍ତକରି ପୂର୍ବାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ ।ଏହି ଅବସରରେ ମାଲକାନଗିରି ଭଳି ଉପାନ୍ତ ଅଞ୍ଚଳରେ ଦୀର୍ଘଦିନ ଧରି କାର୍ଯ୍ୟରତ ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗର କାର୍ଯ୍ୟ ଶୈଳୀ, ହିସାବ ବିବରଣୀ ଆଦି ସହ କର୍ମଚାରୀମାନଙ୍କର ସମସ୍ତ ସୁବିଧା ଅସୁବିଧା ସମ୍ପର୍କରେ ସବିଶେଷ ଅନୁଧ୍ୟାନ କରିବା ସହ ଜିଲ୍ଲା ପାଠାଗାର ବୁଲି ଦ୍ଦେଖିଥିଲେ। ଆଗମୀ ଦିନରେ ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲା ରେ ଏହାର କର୍ୟକରିତରେ ଅଧିକ ପାରଦର୍ଶିତ। ଆଣିବା ନିମନ୍ତେ ନିର୍ଦେଶ ଦେଇଥିଲେ। ତାସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ହୋର୍ଡିଂ ମାନ ଅନୁଧ୍ୟାନ କରିଥିଲେ।ଏହି ପରିଦର୍ଶନ ସମୟରେ ଜିଲ୍ଲା ସୂଚନା ଲୋକମ୍ପର୍କ ଅଧିକାରୀ ସୁଶ୍ରୀ ସ୍ନିଗ୍ଧା ଚୌଧୁରୀଙ୍କ ସମେତ ହରେକୃଷ୍ଣ କିର୍ତାନୀୟ।,ରଞ୍ଜନ କୁମାର ମହାନ୍ତି, ଜ୍ୟୋତ୍ସ୍ନା ମୟୀ ଆଚାର୍ଯ୍ୟ,
ଶୁକ୍ରା କ୍ରିସନି ଓ ଲକ୍ଷ୍ମୀ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ।
