୨୦୨୪ରେ ବିରୋଧୀ ଭାଜପାକୁ ହରାଇବ: ରାହୁଲ

ୱାଶିଂଟନ/ନୂଆଦିଲ୍ଲୀ,୨।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଅଛନ୍ତି। ଏହି ସମୟରେ ସେ ଲଗାତାର ଭାଜପା ଉପରେ ଆକ୍ରମଣ କରୁଥିବା ଦେଖାଯାଉଛି। ୱାଶିଂଟନର ନ୍ୟାଶନାଲ ପ୍ରେସ କ୍ଲବରେ ରାହୁଲ ଗାନ୍ଧୀ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି ଏବଂ ଆସନ୍ତା ବର୍ଷ ଲୋକ ସଭା ନିର୍ବାଚନରେ ଭାଜପାକୁ କ୍ଷମତାରୁ ହଟାଇବା ପାଇଁ ବିରୋଧୀ ଦଳ ଏକତ୍ରିତ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି।

ୱାଶିଂଟନ ଡିସିର ପ୍ରେସ କ୍ଲବରେ ଯୋଗ ଦେଇ ରାହୁଲ ଗାନ୍ଧୀ କହିଛନ୍ତି ଯେ ଭାରତରେ ବିରୋଧୀ ଏକଜୁଟ ହୋଇଛନ୍ତି। ୨୦୨୪ ଲୋକ ସଭା ନିର୍ବାଚନରେ କଂଗ୍ରେସ ଦଳ ବହୁତ ଭଲ ପ୍ରଦର୍ଶନ କରିବ ଏବଂ ବିରୋଧୀ ଏକଜୁଟ ହୋଇ ଭାଜପାକୁ ପରାସ୍ତ କରିବ। ଯାହାକୁ ଦେଖି ଲୋକ ଆଶ୍ଚର୍ଯ୍ୟ ହୋଇଯିବେ। ଲୋକସଭା ନିର୍ବାଚନ ଏକ ବର୍ଷରୁ କମ ସମୟ ବାକି ଅଛି ଏବଂ କଂଗ୍ରେସ ଅନ୍ୟ ବିରୋଧୀ ଦଳ ସହ ନିରନ୍ତର ଆଲୋଚନା କରୁଛି।

Leave a Reply

Your email address will not be published. Required fields are marked *