ଜୁନିୟର ଏସିଆ କପ୍ ହକି : ସେମିଫାଇନାଲରେ ଦକ୍ଷିଣ କୋରିଆକୁ ୯-୧ରେ ହରାଇଲା ଭାରତ

ସାଲାଲା: ଜୁନିୟର ଏସିଆ କପ୍ ହକିର ସେମିଫାଇନାଲ ମ୍ୟାଚରେ ଦକ୍ଷିଣ କୋରିଆକୁ ୯-୧ ଗୋଲରେ ହରାଇ ଭାରତୀୟ ହକି ଦଳ ଜୁନିଅର ଏସିଆ କପ୍ ଫାଇନାଲରେ ପ୍ରବେଶ କରିଛି। ଟାଇଟଲ ମୁକାବିଲାରେ ଭାରତ, ମାଲେସିଆ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲର ବିଜେତାଙ୍କୁ ଭେଟିବ।

ଧାମି ବୋବି ସିଂ ହ୍ୟାଟ୍ରିକ୍ ସ୍କୋର କରି ଭାରତର ବିଜୟ ବ୍ୟବଧାନକୁ ବୃଦ୍ଧି କରିଥିଲେ । ସେ ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ବିବେଚିତ ହୋଇଥିଲେ। ଧାମି ୩୧ତମ, ୩୯ତମ ଓ ୫୫ ମିନିଟରେ ଗୋଲ ସ୍କୋର କରିଥିବାବେଳେ ୧୩ତମ ମିନିଟରେ ସୁନୀତ ଲାକ୍ରା ଭାରତର ଖାତା ଖୋଲିଥିଲେ।

ମ୍ୟାଚର ଊନବିଂଶ ମିନିଟରେ ହୁଣ୍ଡାଲ ଅରିଜିତ ସିଂ ଅଗ୍ରଣୀକୁ ଦ୍ୱିଗୁଣିତ କରିଥିଲେ । ଅଙ୍ଗଦ ବୀର ସିଂ ଏବଂ ଉତ୍କଳ ସିଂ ଯଥାକ୍ରମେ ୩୪ ଓ ୩୮ ତମ ମିନିଟରେ ସ୍କୋର କରିଥିବା ବେଳେ ତୃତୀୟ କ୍ୱାର୍ଟର ସୁଦ୍ଧା ଭାରତୀୟ ଦଳ ନିଜ ଅଗ୍ରଣୀକୁ ୬-୦କୁ ବୃଦ୍ଧି କରିଥିଲା । ତେବେ ଚତୁର୍ଥ ତଥା ଶେଷ କ୍ୱାର୍ଟରରେ କୋରିଆ ଦଳ ଭଲ ଖେଳିଥିଲା। ଦଳ ତରଫରୁ କେଆନୋଲ ସର୍ବାଙ୍ଗ ୪୬ତମ ମିନିଟରେ ଦଳ ପାଇଁ ଏକମାତ୍ର ଗୋଲ୍ ସ୍କୋର କରିଥିଲେ।

୫୧ତମ ମିନିଟରେ ବିଷ୍ଣୁକାନ୍ତ ସିଂ ଭାରତର ଅଗ୍ରଣୀକୁ ୭-୧ କରିଥିଲେ। ଦୁଇ ମିନିଟ୍ ପରେ ଧାମି ନିଜର ହ୍ୟାଟ୍ରିକ୍ ପୂରଣ କରିଥିଲେ ଏବଂ ପରେ ଶାରଦା ନନ୍ଦ ତିୱାରୀଙ୍କ ଗୋଲ୍ ଦଳକୁ ବଡ଼ ବିଜୟ ଦେଇଥିଲା ।

Leave a Reply

Your email address will not be published. Required fields are marked *