କଂଗ୍ରେସ ଦଳର ସାଙ୍ଗଠନିକ ବୈଠକ
ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ। କଣିହାଁ ବ୍ଲକ କଂଗ୍ରେସ କମିଟିର ସଭାପତି ଶ୍ରୀ ସୁଶାନ୍ତ ଶଶୀକାନ୍ତ ସାମଲ ଓ ବରିଷ୍ଠ କଂଗ୍ରେସ ନେତା ଫକିରମୋହନ ସାମଲଙ୍କ ନେତୃତ୍ୱରେ ବଜ୍ରକୋଟ ପଞ୍ଚାୟତର ଗୁଡୁଗୁଠୁ ଠାରେ କଂଗ୍ରେସର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ସାଙ୍ଗଠନିକ ବୈଠକରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ରାଷ୍ଟ୍ରଦୂତ ଶରତ ଚନ୍ଦ୍ର ପ୍ରଧାନ, ତାଳଚେର ବ୍ଲକର କଂଗ୍ରେସ ସଭାପତି ଜ୍ଞାନ ରଂଜନ ପାଣି,ବରିଷ୍ଠ କଂଗ୍ରେସ ନେତା କଣିହାଁ ଉପ ସଭାପତି ବୁଦ୍ଧଦେବ ସାହୁ, ବଜ୍ରକୋଟ ଗ୍ରାମ ପଚାୟତର ସରପଞ୍ଚ ରୋଜାଲିନ୍ ସାହୁ,ସମିତି ସଭ୍ୟ ସଞ୍ଜୁଲତା ସାହୁ,କଣିହାଁ କଂଗ୍ରେସ କମିଟିର ସୋସିଆଲ ମିଡ଼ିଆର ଅଧ୍ୟକ୍ଷ ପ୍ରତାପ ରଂଜନ ଶତପଥୀ ସମେତ କଂଗ୍ରେସ କର୍ମୀ ମାନଙ୍କୁ ନେଇ ବଜ୍ରକୋଟ ପଞ୍ଚାୟତ ର ବିଭିନ୍ନ ଗ୍ରାମର କଂଗ୍ରେସ ତୃଣମୂଳସ୍ତରରେ କିପରି ସୁ-ସଙ୍ଗଠିତ ଭାବରେ କଂଗ୍ରେସ ଦଳ ପାଇଁ କାମ କରିବାକୁ ପଡ଼ିବ ସେ ବିଷୟରେ କଂଗ୍ରେସର ସଭାପତି ଆହ୍ବାନ ଦେଇଥିଲେ । ଏ ପରିପ୍ରେକ୍ଷୀରେ ବିଭିନ୍ନ ଗ୍ରାମରୁ ଆସିଥିବା ବହୁ ସଂଖ୍ୟାରେ କଂଗ୍ରେସ କର୍ମୀମାନେ ଯୋଗଦାନ କରିଥିଲେ।
