ଯୁବନେତା ଜ୍ୟୋତି ପ୍ରକାଶ ମହାନ୍ତି ଙ୍କ ଇଫତିଆର ପାର୍ଟିର ଆୟୋଜନ

ଆରମ୍ଭ ହୋଇଯାଇଛି ପବିତ୍ର ରମଜାନ ମାସ | ଏହି ରମଜାନ ମାସ ଉପଲକ୍ଷେ ଯୁବ ନେତା ଜ୍ୟୋତି ପ୍ରକାଶ ମହାନ୍ତି ଙ୍କ ନେତୃତ୍ୱରେ ପୁରୁଣା ବଜାର ସ୍ଥିତ ରୟାଲ ପ୍ରାଲେସ ପୁରୁଣା ବଜାର ଠାରେ ଏକ ଇଫତିଆର ପାର୍ଟି ଅନୁଷ୍ଠିତ ହୋଇଯାଇଛି| ଏହି ପବିତ୍ର ରମ୍‌ଜାନ ମାସ ଟି ହେଉଛି ମୁସଲିମ୍ ସଂପ୍ରଦାୟଙ୍କ ମଧ୍ୟରେ ଏକ ଦାନ, ଧର୍ମ ଓ ପୂଣ୍ୟର ମାସ ଏହି ମାସ ଟିକୁ ମୁସଲମାନ ମାନେ ଏକମାସ ଧରି ରୋଜା ଅବା ଉପବାସ ରଖିବା ସହ ମାସ ସାରା ରାତିରେ ସ୍ୱତନ୍ତ୍ର ନମାଜ (ତରାୱି) ପଢନ୍ତି |

ସେହିପରି ଆଜି ଯୁବ ନେତା ଜ୍ୟୋତି ପ୍ରକାଶ ମହାନ୍ତି ଙ୍କ ଦ୍ବାରା ଭଦ୍ରକ ପୁରୁଣା ବଜାର ରୟାଲ ପ୍ୟାଲେସ ଠାରେ ଏକ ଇଫତିଆର ପାର୍ଟି ଆୟୋଜିତ ହୋଇଯାଇଅଛି| ଏହି ପାର୍ଟିରେ ସମସ୍ତ ଛୋଟରୁ ଆରମ୍ଭ କରି ବଡ ଓ ବୟସ୍କ ଲୋକ ମାନେ ଯୋଗ ଦେଇ ଇଫତିଆର ପାର୍ଟି ର ମଜା ଉଠାଇ ଥିବାର ଦେଖିବାକୁ ମିଳିଥିଲା | ଏହି ମାସରେ ବିଭିନ୍ନ ଅନୁଷ୍ଠାନ, ସଂଗଠନ, ବ୍ୟକ୍ତି ବିଶେଷ ପକ୍ଷରୁ ଇଫ ତିଆର ପାର୍ଟିର ଆୟୋଜନ କରାଯାଇ ସବୁ ସଂପ୍ରଦାୟର ଲୋକ ମାନଙ୍କୁ ଆମନ୍ତ୍ରିତ |

Leave a Reply

Your email address will not be published. Required fields are marked *