ପେଣ୍ଠକଟା ନିକଟ ଚକ୍ରତୀର୍ଥ ରୋଡ ଗ୍ରାମ୍ୟ ବ୍ୟାଙ୍କ ନିକଟରେ ଯୁବକଙ୍କ ବେକ କାଟି ନିର୍ମମ ହତ୍ୟା କରାଯାଇଛି
ପେଣ୍ଠକଟା ନିକଟ ଚକ୍ରତୀର୍ଥ ରୋଡ ଗ୍ରାମ୍ୟ ବ୍ୟାଙ୍କ ନିକଟରେ ଯୁବକଙ୍କ ବେକ କାଟି ନିର୍ମମ ହତ୍ୟା କରାଯାଇଛି ।ସଂଘବଦ୍ଧ ଆକ୍ରମଣ ହୋଇଥିବା ସୂଚନା ଦେଇଛି ପୋଲିସ।ବୁଧବାର ସକାଳେ କିଛି ବ୍ୟକ୍ତି ଦେଖିବାକୁ ପାଇଥିଲେ ଯେ ଜଣେ ଯୁବକ ଗ୍ରାମ୍ୟ ବ୍ୟାଙ୍କ ନିକଟ ଏକ ଦୋକାନ ପଛପଟେ ରକ୍ତ ଯୁଡୁବୁଡୁ ଅବସ୍ଥାରେ ନିସ୍ତେଜ୍ ହୋଇ ପଡ଼ିରହିଛି ।ଏହାପରେ ସଂଗେସଂଗେ ସମୁଦ୍ରକୂଳ ଥାନା କୁ ଖବର ଦେଇଥିଲେ । ସମୁଦ୍ରକୂଳ ଥାନା ପୋଲିସ ଖବର ପାଇ ସେଠାରେ ପହଞ୍ଚିବା ପରେ ଯୁବକକୁ ସେଠାରୁ ଉଦ୍ଧାର କରିଥିଲେ ।ପୋଲିସ ସୂତ୍ରରୁ ପ୍ରକାଶ ଯେ ପ୍ରଦୀପ କୁମାର ପ୍ରଧାନ ନାମକ ଜଣେ ଯୁବକ ଉକ୍ତ ବ୍ୟକ୍ତିଙ୍କୁ ଦେଖିବା ପରେ ନିଜ ଦାଦା ପୁଅ ଭାଇ ବୋଲି ପରିଚୟ ଦେଇଥିଲେ ।ଉକ୍ତ ଯୁବକ ଜଣକ ମେରାଇନ ଥାନା ଅନ୍ତର୍ଗତ ବାଲି ଗୁଆଳି ମାଳି ସାହିର ବିକ୍ରମ କେଶରୀ ପ୍ରଧାନ ବୋଲି ଜଣାପଡିଛି।ଉକ୍ତ ଯୁବକ ଦୀର୍ଘ ପାଞ୍ଚ ବର୍ଷ ଧରି ପେଣ୍ଠକଟା ସଫାରୀ ହୋଟେଲ ରେ କର୍ମଚାରୀ ଭାବରେ କାର୍ଯ୍ୟରତ ଥିଲେ ।ଦୁଇ ଦିନ ଛୁଟି ନେଇ ଘରକୁ ଯାଇଥିବା ବେଳେ ଗତ କାଲି ଆସି କାର୍ଯ୍ୟରେ ଯୋଗଦାନ କରିଥିଲେ ।

କେଉଁ କାରଣରୁ କିଭଳି ଭାବେ ହୋଟେଲ ରୁ ଆସି ଏଠାରେ ଏଭଳି ଘଟଣା ଘଟିଛି ଏବଂ କେଉଁ ମାନେ ତାଙ୍କର ଏଭଳି ନିର୍ମମ ହତ୍ୟା କରିଛନ୍ତି ତାହା ପୋଲିସ ପାଇଁ ଏକ ସନ୍ଦେହ ସୃଷ୍ଟି କରିଛି ।ପ୍ରକାଶ ଥାଉ କି ମୃତ ବିକ୍ରମ ଅନେକ ସମୟରେ ସୋସିଆଲ ମିଡ଼ିଆ ମାଧ୍ୟମରେ ବହୁତ୍ ଚର୍ଚ୍ଚିତ ଥିଲେ ।ସବୁ ସମୟରେ ଗଣମାଧ୍ୟମ କୁ ସହଯୋଗ କରି ପ୍ରଶାସନର ଅବହେଳା ହେଉ କି ଗରିବ ଲୋକର ଦୁଃଖ କୁ ସରକାରଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଆଗଭର ଥିଲେ ।ହେଲେ ତାଙ୍କର ଏଭଳି ହତ୍ୟା କିଏ କଲା ତାହା ଏବେ ସନ୍ଦେହ ଘେରରେ ।ସମୁଦ୍ରକୂଳ ଥାନା ପୋଲିସ, ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।ଏହି ଘଟଣାକୁ ନେଇ ସଫାରୀ ହୋଟେଲ ପକ୍ଷରୁ କୌଣସି ସୂଚନା ନଥିବା କହିଛନ୍ତି ହୋଟେଲ ର ପରିଚାଳକ ।
