ବିଭିନ୍ନ ଯୁଗାନ୍ତକାରୀ ଯୋଜନା ଦ୍ୱାରା ଆମ ଓଡିଶା ସମଗ୍ର ଦେଶରେ ପ୍ରଥମ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟଙ୍କ ନେତୃତ୍ୱରେ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଭଳି କଠିନ ପରିସ୍ଥିତିରେ ରାଜ୍ୟବାସୀଙ୍କ ଧନଜୀବନକୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ଯୁଗାନ୍ତକାରୀ ଯୋଜନା ଦ୍ୱାରା ଆମ ଓଡିଶା ସମଗ୍ର ଦେଶରେ ପ୍ରଥମ ହୋଇପାରିଛି । ଏହି ଯୋଜନାକୁ ଅଧିକ ସଶକ୍ତ କରିବା ପାଇଁ ଆଜି କୃଷ୍ଣପ୍ରସାଦ ବ୍ଲକ ଗୋମୁଣ୍ଡିଆ ଗ୍ରାମପଞ୍ଚାୟତ ବିରିପଦର ଗ୍ରାମରେ ନୂତନ ବହୁମୁଖି ବାତ୍ୟା ଆଶ୍ରୟ ସ୍ଥଳୀର ଭୂମିପୂଜା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ସୂଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା ଏବଂ ସନ୍ମାନୀୟ ଅତିଥି ରୂପେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ କୃଷ୍ଣ ପ୍ରସାଦ ବ୍ଲକ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲକ୍ଷ୍ମୀଧର ସାହୁ, ଜିଲ୍ଲା ପରିଷଦ ସଦସ୍ୟ ପ୍ରଭାତୀ ପ୍ରଧାନ, ସମିତି ସଭ୍ୟ ବିଜୟ କୁମାର ତରେଇ, ସରପଞ୍ଚ ମଞ୍ଜୁଲତା ଜେନା ଓ କୃଷ୍ଣପ୍ରସାଦ ବ୍ଲକ ପ୍ରଶାସନିକ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *