ଆମ ପ୍ରତିଭା ଆମ ସମ୍ମାନ ପକ୍ଷରୁ ମାଟ୍ରିକ୍ ପରୀକ୍ଷାରେ ଏ-୧ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ
କାମାକ୍ଷାନଗରଆଙ୍କର-ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ଆମ ପ୍ରତିଭା ଆମ ସମ୍ମାନ’ ବିଗତ ୬ବର୍ଷ ଧରି ଜିଲ୍ଲାର ବିଭିନ୍ନ ପ୍ରତିଭା ସଂପନ୍ନ ବ୍ୟକ୍ତିବିଶେଷ, ଛାତ୍ରଛାତ୍ରୀ ଏବଂ ଅନୁଷ୍ଠାନଗୁଡିକରେ କୃତୀତ୍ୱ ହାସଲ କରିଥିବା ବ୍ୟକ୍ତିବିଶେଷମାନଙ୍କୁ ସମ୍ମାନିତ କରାଯାଇଥାଏ । ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଏ-୧ ପାଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସମ୍ବର୍ଦ୍ଧନା ସଭାରେ ଅନୁଷ୍ଠାନର ସଭାପତି ପ୍ରିୟରଞ୍ଜନ ମାହୁଁନ୍ତ ସଭାପତିତ୍ୱ କରିଥିଲେ । ଉତ୍ସବରେ ଢେଙ୍କାନାଳ ଜିଲ୍ଲାପରିଷଦ ଅଧକ୍ଷା ଅର୍ଚନା ପୁହାଣ ମୁଖ୍ୟ ଅତିଥି ଯୋଗଦେଇଥିଲେ ଆଉ ବିଶିଷ୍ଟ ଅତିଥି ଭାବେ ସମାଜସେବୀ ତଥା ଶିଳ୍ପପତି ଗଙ୍ଗାଧର ସାମଲ ଯୋଗଦେଇଥିଲେ ।ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ପୂର୍ବତନ ସାଂସଦ ମହେଶ ସାହୁ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଉଦ୍ବୋଧନ ଦେଇ କହିଥିଲେ, ପ୍ରତ୍ୟେକ ଛାତ୍ରଛାତ୍ରୀ ସମାଜରେ ଜଣେ ଭଲ ମଣିଷ ହେବା ପାଇଁ ନିଜ ଭିତରେ ପ୍ରଗାଢ ଆତ୍ମବିଶ୍ୱାସ, ଏକାଗ୍ରତା ଏବଂ ସାମାଜିକ ସଂସ୍କାର ରଖିବା ଦରକାର । ମୁଖ୍ୟ ବକ୍ତା ଭାବେ ପୁରୀ ଗୋବର୍ଦ୍ଧନ ପୀଠ ର ପଣ୍ଡିତ ମାତୃ ପ୍ରସାଦ ମିଶ୍ର ବକ୍ତବ୍ୟରେ ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜ ଜୀବନର ଲକ୍ଷ୍ୟକୁ ପୂରଣ କରିବାକୁ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଆମ ପ୍ରତିଭା ଆମ ଅନୁଷ୍ଠାନର ଉପସଭାପତି କୋଦଣ୍ଡଧର ସାହୁ ସ୍ୱାଗତ ଭାଷଣ ଦେଇ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପରିଶ୍ରମ କଲେ ଏଭଳି ସମ୍ମାନିତର ଅଧିକାରୀ ହୋଇପାରିବା ସହିତ ଅଧିକ ଅଧ୍ୟୟନ କରି ସଫଳତାର ଶୀର୍ଷରେ ପହଁଚିପାରିବେ। ଅନୁଷ୍ଠାନର ସଂପାଦକ ଧର୍ମାନନ୍ଦ ବରାଳ ବିବରଣୀ ପାଠ କରିଥିବାବେଳେ, ଅନୁଷ୍ଠାନ ର ସମ୍ପାଦକ କାର୍ତ୍ତିକ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ l
