ଚାରମାଳ ପାଇଁ ତାଳଗଛ ଦାନ
ପୁରୀ,୨୧/୫-ମହାପ୍ରଭୁଙ୍କ ଆଗାମୀ ରଥଯାତ୍ରାରେ ଚାରମାଳ ପାଇଁ ବ୍ୟବହାର ସକାଶେ ତାଳ ଗଛ ସଂଗ୍ରହ କରାଯାଇଛି l ଢେଙ୍କାନାଳ ଖଡଗପ୍ରସାଦର ଦାତା ବିଜୟ ସାହୁ ଏହା ପ୍ରଦାନ କରିଛନ୍ତି l ଶ୍ରୀମନ୍ଦିର ପ୍ରଶାସନ ର ଉନ୍ନୟନ ପ୍ରଶାସକ, ରଥ ତତ୍ତ୍ୱାବଧାରକ, ଭୋଇ ସର୍ଦ୍ଦାର, ମହାରଣାଙ୍କ ମିଳିତ ଟିମ୍ ସମ୍ପୃକ୍ତ ଗ୍ରାମକୁ ଗସ୍ତ କରିଥିଲେ | ଗଛ ଚୟନ କରିଥିଲେ | ଜଙ୍ଗଲ ବିଭାଗ ସହାୟତାରେ ଏହାକୁ କାଟିବା ସହ ପରିବହନ ବ୍ୟବସ୍ଥା କରିଥିଲେ l ମହାପ୍ରଭୁଙ୍କ କାର୍ଯ୍ୟ ପାଇଁ କରିଥିବା ଦାନ ସକାଶେ ଶ୍ରୀ ସାହୁ, ଶ୍ରୀମନ୍ଦିର ଟିମ୍, ଜଙ୍ଗଲ ବିଭାଗକୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ l
