ପଞ୍ଚକ ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟା।

ପୁରୀ, ତା ୩/୧୧ – ପଞ୍ଚକ ମହୋତ୍ସବ କମିଟି ପକ୍ଷରୁ ପବିତ୍ର କାର୍ତ୍ତିକ ମାସ ଅବସରରେ ଆୟୋଜିତ ପଞ୍ଚକ ମହୋତ୍ସବ ର ଦ୍ବିତୀୟ ସନ୍ଧ୍ୟା ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି। ପ୍ରାରମ୍ଭ ରେ ଶ୍ରୀକ୍ଷେତ୍ରର ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନ “ଦୟାନିଧି ସଙ୍ଗୀତ ସୁଧା” ର କଣ୍ଠଶିଳ୍ପୀମାନେ ଗୁରୁ ପ୍ରକାଶ କୁମାର ରଥଙ୍କ ସଂଯୋଜନା ରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଏବଂ ମାଉସୀମା ଙ୍କ ଉଦ୍ଦେଶ୍ଯରେ ଭକ୍ତିସଙ୍ଗୀତ ପରିବେଷଣ କରି ଜଗନ୍ନାଥ ପ୍ରେମୀ କାର୍ତ୍ତିକ ବ୍ରତାଚାରୀ ତଥା ସଙ୍ଗୀତପ୍ରେମୀମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ପରେ ପଣ୍ଡିତ ଲଳିତ ମୋହନ ମହାପାତ୍ରଙ୍କ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆୟୋଜିତ ସଭାକାର୍ଯ୍ୟ ରେ ଅତିଥି ଭାବେ ଯୋଗ ଦେଇ ଅତିଥିମାନେ ପଞ୍ଚକ ପାଞ୍ଚ ଦିନ ର ମହତ୍ତ୍ୱ ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ । ଶ୍ରୀକ୍ଷେତ୍ରର ଆଧ୍ୟାତ୍ମିକ ଜାଗରଣରେ ପଞ୍ଚକ ମହୋତ୍ସବ ସହାୟକ ହୋଇପାରିଛି ବୋଲି ମତବ୍ୟକ୍ତ କରିଛନ୍ତି ବିଧାୟକ ସୁନିଲ କୁମାର ମହାନ୍ତି। ଏ ଭଳି ମହୋତ୍ସବ ଆୟୋଜନ ଦ୍ଵାରା ବଡ଼ଦାଣ୍ଡରେ ଏକ ସୁସ୍ଥ ବାତାବରଣ ସୃଷ୍ଟି ହୋଇଛି ବୋଲି ସେ କହିଥିଲେ।ରାଧାବଲ୍ଲଭ ମଠାଧୀଶ ରାମକୃଷ୍ଣ ଦାସ ମହାରାଜ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଲଳିତ ମୋହନ ମହାପାତ୍ର,ପ୍ରକାଶ ରଥ,ଜଗନ୍ନାଥ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଶେଷରେ ଲିଙ୍ଗରାଜ କଳା ନିକେତନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।।ପଞ୍ଚକ ମହୋତ୍ସବ କମିଟିର ସଭାପତି ଜଗନ୍ନାଥ ଦାସ ମହାପାତ୍ର,କାର୍ଯ୍ୟକାରୀ ସଭାପତି ବିରେନ୍ଦ୍ର କୁମାର ଶାସ୍ତ୍ରୀ,ସମ୍ପାଦକ ରାମଚନ୍ଦ୍ର ଦୋରା,କୋଷାଧ୍ୟକ୍ଷ ଗୋପୀନାଥ ମହାନ୍ତି,ଅଭ୍ୟର୍ଥନା କମିଟି ଅଧକ୍ଷ ଚକ୍ରଧର ମହାପାତ୍ର,ସତ୍ୟ ଦାଶ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *