ପଞ୍ଚାୟତ ସ୍ତରୀୟ ସଚେତନତା ସିବିର ଅନୁଷ୍ଠିତ
, ସନ୍ୟାସୀ କୁଣ୍ଡାମାଲ ପଞ୍ଚାୟତ, ଜୁନାଗଡ଼, କଲାହାଣ୍ଡି ଓଡ଼ିଶାର ପ୍ରତ୍ୟେକ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ସଚେତନତା ସିବିର କାର୍ଯ କ୍ରମ ଚାଲିଥିବା ବେଲେ ଆଜି କଲାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଳକ ଅନ୍ତର୍ଗତ ସନ୍ୟାସୀ କୁଣ୍ଡାମାଲ ଠାରେ ଅନୁଷ୍ଠିତ ହୋଇଯାଇଛି.ପ୍ରତେକ ପଞ୍ଚାୟତକୁ ସଚେତନ କରାଇ ଆଗାମୀ ଦିନରେ ପ୍ରତ୍ୟେକ ପଞ୍ଚାୟତକୁ ଉନ୍ନତି ଦିଗରେ ଆଗେଇ ନେବା ସହିତ ସରଷ ଓ ସୁନ୍ଦର କରାଇବା ଏ ହେଉଛି ମୁଲ ଲକ୍ଷ୍ୟ.

ଏହି କାର୍ଯକ୍ରମରେ ଜୁନାଗଡ଼ ବିଧାୟକ କେପଟେନ୍ ଦିବ୍ୟ ଶଙ୍କର ମିଶ୍ର,ସରପଞ୍ଚ ରସ୍ମିତା ନାଏକ , ବ୍ଲକ ଚେୟାରମେନ,ବ୍ଳକର କର୍ମ କର୍ତ୍ତା ସମେତ ପଞ୍ଚାୟତର କର୍ମ ଚାରି, ମାନ୍ୟଗଣ୍ୟ ବ୍ୟକ୍ତି ଓ ଆଖପାଖ ଅଞ୍ଚଳର ଲୋକମାନେ ଉପସ୍ଥିତ ରହିଥିଲେ.ଏହି ପଞ୍ଚାୟତରେ ରଙ୍ଗାରଙ୍ଗ କାର୍ଯକ୍ରମ ଚାଲିଥିବା ବେଲେ , ରସରକେଲି, ଜାଇଫୁଲ ଗୀତରେ କୁନିକୁନି କଲାକାର ମାନେ ନାଚ ଗୀତରେ ସମୟ ଅତିବାହିତ କରିଥିଲେ.ସବା ଶେଷରେ ହଜାର ହଜାର ଲୋକ ଖାଇ ପିଇ ନିଜ ନିଜର ଘରକୁ ଅତି ଶାନ୍ତିର ସହିତ ଫେରିଥିଲେ.
