ମହାନ୍ ସଂଘ ମହିଳା ବିଭାଗ ତରଫରୁରାଜ୍ୟ ସ୍ତରୀୟ ମହିଳା ସମ୍ମିଳନୀ ଆୟୋଜନ
ମହାନ୍ ସଂଘ ମହିଳା ବିଭାଗ ତରଫରୁରାଜ୍ୟ ସ୍ତରୀୟ ମହିଳା ସମ୍ମିଲନୀ ଆୟୋଜନ ନେଇ ପ୍ରସ୍ତୁତି ବୈଠକବ୍ରହ୍ମପୁର୧୨/୦୨ରାଜ୍ୟର ଅନ୍ୟତମ ଅଗ୍ରଣୀ ଅନୁଷ୍ଠାନ ମହାନ ସଂଘ ମହିଳା ବିଭାଗ ପକ୍ଷରୁ ଆସନ୍ତା ମାର୍ଚ୍ଚ ମାସରେ ବିଭାଗର ୩୮ତମ ବାର୍ଷିକ ଉତ୍ସବ ସହ ରାଜ୍ୟ ସ୍ତରୀୟ ମହିଳା ସମ୍ମିଳନୀ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଗାୟତ୍ରୀ ହୋଟେଲ ସମ୍ମିଳନୀ ପ୍ରକୋଷ୍ଠ ରେ ସଭାନେତ୍ରୀ ଶ୍ରୀମତୀ ଦେଵିପ୍ରଭା ରଥ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।୩୦୦ ରୁ ଉର୍ଦ୍ଧ ମହିଳାଙ୍କୁ ନେଇ ସମ୍ମିଳନୀରେ ମହିଳାଙ୍କ ଆତ୍ମ ସୁରକ୍ଷା ଓ ଆତ୍ମ ନିର୍ଭର ଶିଳତା , ଆମ ସଂସ୍କୃତି ଓ ପରମ୍ପରା, ଶିକ୍ଷା ସ୍ବାସ୍ଥ୍ୟ ଉପରେ ଆଲୋଚନା ସହ, ମେହେନ୍ଦି, ଝୋଟି, ହୁଲ ହୁଳି, ପାରମ୍ପରିକ ପିଠା ପ୍ରତିଯୋଗିତା ଆୟୋଜନ ସହ, ନାରୀ ଓ ଶିଶୁ କଲ୍ୟାଣ କ୍ଷେତ୍ର ରେ ଉଲେକ୍ଷନିୟ ଅବଦାନ ନିମନ୍ତେ ସମ୍ମାନିତ କରାଯିବା ସହ ବିଶିଷ୍ଟ ମହିଳା ପ୍ରତିଭା ମାନଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯିବ। ଏହି କାର୍ଯ୍ୟକ୍ରମ ରେ ଶ୍ରୀମତୀ ମଞ୍ଜୂଶ୍ରୀ ପଣ୍ଡା, ଡ ସନ୍ଧ୍ୟା ରାଣୀ ପଟ୍ଟନାୟକ, ଏମ କାମେସ୍ୱରି, ଶ୍ରୀମତୀ କିରଣବାଳା ମିଶ୍ର, ସରୋନି ସାମଲ, ଶ୍ରୀମତୀ ଧନଲକ୍ଷ୍ମୀ ପଟନାୟକ, ଡ ସୌଭାଗ୍ୟ ଲକ୍ଷ୍ମୀ ପଟନାୟକ, ଡ ସୂଚନା ପାଢ଼ୀ, ମମତା ମୟୀ ରଣା, ଇତିଶ୍ରୀ ସଂଜିକା ମହାନ୍ତି, ସିମାଞ୍ଚଲ୍ ପାଣିଗ୍ରାହୀ, ଭିସଚାର୍ଯ୍ୟ ଚଉଧୁରୀ ପ୍ରମୁଖ ଯୋଗଦେଇଥିଲେ। ସ୍ୱର୍ଗତ ସୁଜ୍ଞାନି ଦେବୀଙ୍କ ବିୟୋଗରେ ଶୋକ ସଭା ଅନୁଷ୍ଠିତ ହୋଇଥିଲା କେନ୍ଦ୍ରୀୟ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ଯୋଗଦେଇ ଶ୍ରୀମତୀ ସୁଜ୍ଞାନି ଦେବୀ ଙ୍କ ସ୍ମୃତି ଚାରଣ କରିଥିଲେ।
