ଜଗତସିଂହପୁର ଠାରେ ଜିଲ୍ଲା ସ୍ତରୀୟ ପଂଚାୟତିରାଜ ଦିବସ ପାଳନ
24/04/25*ଜଗତସିଂହପୁର ଠାରେ ଜିଲ୍ଲା ସ୍ତରୀୟ ପଂଚାୟତିରାଜ ଦିବସ ପାଳନ*ଯୋଗଦେଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଆଙ୍କର- ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆରେ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ,ସାଂସଦ ବିଭୁ ପ୍ରସାଦ ତରାଇ, ଯୋଗ ଦେଇ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ଜିଲ୍ଲାପାଳ ଜେ ସୋନାଲ ପ୍ରମୁଖ ଯୋଗ ଦେଇ ଓଡ଼ିଶାର ପଞ୍ଚାୟତିରାଜ ବ୍ୟବସ୍ଥାରେ ସମସ୍ତ ହିତାଧିକାରୀ କିପରି ସମସ୍ତ ସୁବିଧା ସୁଯୋଗ ପାଇବେ ସେ ବାବଦରେ ଆଲୋକପାତ କରିଥିଲେ । ଏହି ଅବସରରେ ପଂଚାୟତସ୍ତରୀୟ ମହିଳା ଗୋଷ୍ଠୀ, ଆଦର୍ଶ ସରପଞ୍ଚଙ୍କୁ ସହାୟତା ରାଶି ପ୍ରଦାନ କରଯାଇଥିବା ବେଳେ ୫ ଜଣ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ପ୍ରଦାନ କରାଯାଇଥିଲା ।ନୂଆ ରାସନ କାର୍ଡ଼ ପାଇ ହିତାଧିକାରୀ ଖୁସି ରହିଥିବା କହିଛନ୍ତି ।
