ପୁରପଲ୍ଲୀରେ ପଞ୍ଚୁଦୋଳ ଆରମ୍ଭ ହୋଇଛି

ଆରମ୍ଭ ହୋଇଛି ଓଡ଼ିଶାର ପୁରପଲ୍ଲୀରେ ପଞ୍ଚୁଦୋଳ ମେଲଣ,| ପୁରୀ ଜିଲ୍ଲା ବଳଙ୍ଗା ପଞ୍ଚୁଦୋଳ ମେଳଣର ଜମାଣ ଆରମ୍ଭ ହୋଇଛି I ତିନି ଦିନ ଧରି ଚାଲିବ ଏହି ମେଲଣ I ଏହି ମେଲଣର ପରମ୍ପରା ବହୁ ପ୍ରାଚୀନ ଏବଂ ନିଆରା I ଚୈତ୍ର ଶୁକ୍ଳ ପଞ୍ଚମୀ ତିଥିର ମଧ୍ୟ ରାତ୍ରିରୁ ଏହି ମେଲଣ ଜମାଣ ଆରମ୍ଭ ହୋଇ ସପ୍ତମୀରେ ଶେଷ ହୋଇଥାଏ I ଜିଲ୍ଲାର ବିଭିନ୍ନ ଅଂଚଳରୁ ବିରାଟ ପଟୁଆରରେ ସୁସଜିତ ୧୦୮ ବିମାନରେ ଠାକୁର ମାନେ ଆସି ମେଳଣ ପଡିଆରେ ଏକତ୍ରିତ ହୋଇଥାନ୍ତି I ବଳଙ୍ଗା ଅଂଚଳର ଆରାଧ୍ୟ ଦେବତା ପଶ୍ଚିମାଶମ୍ଭୁ ବକ୍ରେଶ୍ୱର ମହାଦେବ ହେଉଛନ୍ତି ମେଳଣର ଥାନପତି I ଏହି ମେଳଣ ଦେଖିବାକୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ I ଏଠାରେ ମହାଦେବଙ୍କ ସହିତ ରାଧାକୃଷ୍ଣ ମେଳଣ ପଡିଆରେ ଏକତ୍ରିତ ହୋଇଥାନ୍ତି l

Leave a Reply

Your email address will not be published. Required fields are marked *