ବାତ୍ୟା ମୁକାବିଲା ପ୍ରସ୍ତୁତିକୁ ସୁଦୃଢ଼ କଲା ପାରାଦୀପ ବନ୍ଦର ପ୍ରାଧିକରଣ

ବାତ୍ୟା ମୁକାବିଲା ପ୍ରସ୍ତୁତିକୁ ସୁଦୃଢ଼ କଲା ପାରାଦୀପ ବନ୍ଦର ପ୍ରାଧିକରଣ; ୪୯୮ ମତ୍ସ୍ୟଜୀବୀଙ୍କୁ ନେଇ ୫୬ଟି ମାଛଧରା ଡଙ୍ଗାକୁ ଯୋଗାଇଲା ସୁରକ୍ଷିତ ଆଶ୍ରୟପାରାଦୀପ, ୧୯ ନଭେମ୍ବର ୨୦୨୬:ସାମୁଦ୍ରିକ ସୁରକ୍ଷା ଏବଂ ମାନବିକ ସହାୟତା ପ୍ରତି ନିଜର ନିରନ୍ତର ପ୍ରତିବଦ୍ଧତା ପ୍ରଦର୍ଶନ କରି ପାରାଦୀପ ବନ୍ଦର ପ୍ରାଧିକରଣ (PPA) ବାତ୍ୟା ‘ଅକଭାନ’ (Akvan) କୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପକୁ ସୁଦୃଢ଼ କରିଛି। ଖରାପ ପାଗରୁ ରକ୍ଷା ପାଇବା ପାଇଁ ଆଶ୍ରୟ ଖୋଜୁଥିବା ମାଛଧରା ଡଙ୍ଗାଗୁଡ଼ିକୁ ବନ୍ଦର ପକ୍ଷରୁ ସୁରକ୍ଷିତ ଆଶ୍ରୟ ଯୋଗାଇ ଦିଆଯାଇଛି।ଏହି ବ୍ୟବସ୍ଥା ଅନ୍ତର୍ଗତ ୪୯୮ ଜଣ ମତ୍ସ୍ୟଜୀବୀଙ୍କୁ ନେଇ ଆସିଥିବା ୫୬ଟି ମାଛଧରା ଡଙ୍ଗାକୁ ପାରାଦୀପ ବନ୍ଦରର EQ-1 ଏବଂ EQ-2 ବର୍ଥରେ ସୁରକ୍ଷିତ ଭାବେ ରଖାଯାଇଛି।ବନ୍ଦର ପ୍ରାଧିକରଣ ପକ୍ଷରୁ ବର୍ତ୍ତମାନର ପାଣିପାଗ ସ୍ଥିତି ଉପରେ ୨୪ ଘଣ୍ଟିଆ ତୀକ୍ଷ୍ଣ ନଜର ରଖାଯିବା ସହ ମତ୍ସ୍ୟଜୀବୀ ସମ୍ପ୍ରଦାୟଙ୍କ ପାଇଁ ଆବଶ୍ୟକୀୟ ସହାୟତା ଏବଂ ସୁରକ୍ଷିତ ପୋତାଶ୍ରୟ ସୁବିଧା ସୁନିଶ୍ଚିତ କରାଯାଇଛି। ବାତ୍ୟା ଜନିତ ଖରାପ ପାଗ ସମୟରେ ମତ୍ସ୍ୟଜୀବୀମାନଙ୍କ ପ୍ରତି ଥିବା ବିପଦକୁ ହ୍ରାସ କରିବା ଏବଂ କୌଣସି ପ୍ରକାର ଧନଜୀବନ ହାନିକୁ ରୋକିବା ହେଉଛି ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।ପାରାଦୀପ ବନ୍ଦର ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ପୁରୋହିତ, ଆଇ.ଆର୍.ଏସ୍.ଇ.ଇ (IRSEE) ଙ୍କ ମାର୍ଗଦର୍ଶନରେ ବନ୍ଦର ପ୍ରଶାସନ ପରିବର୍ତ୍ତିତ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ଏବଂ ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ନିଜର ସମ୍ବଳ ଓ ସହାୟତା ବ୍ୟବସ୍ଥାକୁ ପ୍ରସ୍ତୁତ ରଖିଛି।ଏହି ପଦକ୍ଷେପ ବିପର୍ଯ୍ୟୟ ପ୍ରସ୍ତୁତି, ସାମୁଦ୍ରିକ ସୁରକ୍ଷା ଏବଂ ଜନକଲ୍ୟାଣ ପ୍ରତି ପାରାଦୀପ ବନ୍ଦର ପ୍ରାଧିକରଣର ସକ୍ରିୟ ଆଭିମୁଖ୍ୟକୁ ପ୍ରତିପାଦିତ କରୁଛି। ମାଛଧରା ଡଙ୍ଗାଗୁଡ଼ିକୁ ସୁରକ୍ଷିତ ଆଶ୍ରୟ ଦେଇ ପିପିଏ (PPA) ପ୍ରତିକୂଳ ପାଗ ସମୟରେ ମତ୍ସ୍ୟଜୀବୀ ସମ୍ପ୍ରଦାୟଙ୍କ ଜୀବନ ଓ ଜୀବିକା ସୁରକ୍ଷିତ ରଖିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି।ସମୁଦ୍ର ମଧ୍ୟରେ ଜୀବନ ରକ୍ଷା କରିବା ପାରାଦୀପ ବନ୍ଦର ପ୍ରାଧିକରଣର ସର୍ବୋଚ୍ଚ ପ୍ରାଥମିକତା ହୋଇରହିଛି।

Leave a Reply

Your email address will not be published. Required fields are marked *