ବିଜେପି ପକ୍ଷରୁ ବନ୍ଧୁ ମିଳନ ଓ ନିର୍ବାଚନୀ ବୈଠକ
ବିଜେପି ପକ୍ଷରୁ ବନ୍ଧୁ ମିଳନ ଓ ନିର୍ବାଚନୀ ବୈଠକ ଗୋପ, 17/06/: ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ୧୪ ପଞ୍ଚାୟତ ବିଜେପି ପକ୍ଷରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଦଳୀୟ କର୍ମକର୍ତ୍ତାମାନେ ଏକତ୍ରିତ ହୋଇଥିଲେ। ଏଥି ସହିତ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ରଣନୀତି ଉପରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ବିଶ୍ୱରଞ୍ଜନ ଦଳାଇଙ୍କ ନେତୃତ୍ୱରେ ଉକ୍ତ ସଭାରେ ପ୍ରଭାତ ଭାଇଙ୍କ ସଭାପତିତ୍ଵରେ ଭାଗୀରଥୀ ଦଳାଇ ମଞ୍ଚ ପରିଚାଳନା କରିଥିଲେ।ଏହି ବୈଠକରେ ଆଗାମୀ ନିର୍ବାଚନ ପାଇଁ ଏକ ନୃତନ ପରିଚାଳନା କମିଟି ଗଠନ କରାଗଲା ଉକ୍ତ ବୈଠକରେ ଉପସ୍ଥିତ ଥିବା କାଯ୍ୟକର୍ତ୍ତା ବିଶ୍ୱ ରଞ୍ଜନ ଦଳାଇ, କେଦାର ନାଥ ସାହୁ, ମଙ୍ଗଳା ପ୍ରସାଦ ସାମନ୍ତରାୟ, ଉପେନ୍ଦ୍ର ସୁବୁଦ୍ଧି, ରାକେଶ ବିଶ୍ୱାଳ,ପ୍ରଭାତ ପାତ୍ର, ଭବାନୀ ଶଙ୍କର ମହାନ୍ତି, ପ୍ରେମାନନ୍ଦ ପାତ୍ର, ଅନନ୍ତ ଚରଣ ସାହୁ, ରଞ୍ଜନ କୁମାର ପାତ୍ର, ଚନ୍ଦ୍ରମଣି ତ୍ରିପାଠୀ, ଶରତ ମାହାରଣା, ରଘୁନାଥ ବିଶ୍ୱାଳ, ପ୍ରଫୁଲ୍ଲ ସ୍ୱଇଁ, ବାବୁଲାଲ ସ୍ୱାଇଁ, ଜୟନ୍ତ ସେଠ, ଅକ୍ଷୟ ମହାନ୍ତି, ଦିବ୍ୟାସିଂହ ମହାନ୍ତି, ସୁଶାନ୍ତ କୁମାର ପରିଡା, ବିଦ୍ୟାଧର ବିଶ୍ୱାଳ,ପ୍ରଶାନ୍ତ ସାହୁ ପ୍ରମୁଖ ଯୋଗ ଦେଇଥିଲେ।
