ଭଦ୍ରକରେ ଅକ୍ସିଜେନ୍ ପ୍ଲାଣ୍ଟ ଖୋଜୁଛନ୍ତି ଲୋକେ

ଭଦ୍ରକ :୭/୧୦:- ଦେଶରେ ମହାମାରୀ କରୋନାକୁ ନେଇ ଆରମ୍ଭ ହୋଇଥିଲା ଆତଙ୍କ । ଏହାପରେ ମୋଦି ସରକାରଙ୍କ ଭେକ୍ସିନ ଓ ଅକ୍ସିଜେନ ପ୍ଲାନ ଆରମ୍ଭ ହେଲା ,ଆଉ ସଫଳତାର ସହିତ ମଧ୍ୟ ଚାଲିଛି। କୋଟି କୋଟି ଲୋକମାନେ ଉପକୃତ ହେଲେଣି।ଏବେ ଦେଶରେ କୋରନାର ତୃତୀୟ ଲହର ଲାଗି ପୁରା ପ୍ରସ୍ତୁତି ଚଳାଇଛନ୍ତି ମୋଦି ସରକାର । ପୂର୍ବରୁ ଦେଶରେ ଯେପରି Oxygen ଅଭାବରେ କେହି ନ ମରନ୍ତୁ ତାହା ଉପରେ ଗୁରୁତ୍ୱ ଦେଇ ଦେଶରେ ବିଭିନ୍ନ ରାଜ୍ୟ ସରକାରଙ୍କ ସହାୟତାରେ Oxygen ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ପାଇଁ ଶୁଭ ଦିଆ ଯାଇଥିଲା । ସେଥି ମଧ୍ୟରୁ ଅନେକ ସ୍ଥାନରେ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଥିବା ବେଳେ , ଭଦ୍ରକବାସୀ ଏହାକୁ ଖୋଜି ପାଉ ନାହାଁନ୍ତି । ଏପରି ଅବସ୍ଥାରେ ଆଜି ବୁର୍ଲାର ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ପରିସରରେ କେନ୍ଦ୍ର ସରକାରଙ୍କ ନବରତ୍ନ କମ୍ପାନୀ NLC India Limited ଦ୍ୱାରା ନବନିର୍ମିତ ଅକ୍ସିଜେନ ପ୍ଲାଣ୍ଟର ଶୁଭ ଉଦଘାଟନ ହୋଇଯାଇଛି ।

ରିପୋର୍ଟ :-ପୁନିଲ. କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *