ଅଁଳାବେରେଣିରେ ବୃକ୍ଷରୋପଣ

କାମାକ୍ଷାନଗର ବ୍ଲକ୍ ନୂଆ ଅଁଳାବେରେଣୀ ସ୍ଥିତ ମା’ ବ୍ରାହ୍ମଣୀ ଦେବୀ ୟୁଥ କ୍ଳବ୍ ଓ ନେହେରୁ ଯୁବକେନ୍ଦ୍ର ଢ଼େଙ୍କାନାଳର ମିଳିତ ଆନୁକୁଲ୍ୟରେ ଏକ କ୍ଲିନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନୂଆ ଅଁଳାବେରେଣୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୁସୁମଯୋଡି ଉଚ୍ଚ ବିଦ୍ୟାଳୟ ସହ ଅଁଳାବେରେଣୀ ପ୍ରାଣୀ ଚିକିତ୍ସାଳୟ ପରିସରରୁ ପ୍ଲାଷ୍ଟିକ ଓ ଜରି ସହ ଅଳିଆ ଆବର୍ଜ୍ଜନା ସଫା କରାଯାଇଥିଲା। ଏହି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ କ୍ଲବର ସଭାପତି ଦୁଷ୍ମନ୍ତ ସାହୁ ସମ୍ପାଦକ ସୂର୍ଯ୍ୟକାନ୍ତ ବେହେରା ସମେତ କ୍ଳବର ଜ୍ୟୋତି ପ୍ରକାଶ ଦେହୁରୀ, ସତ୍ୟବ୍ରତ ସାହୁ, ସନ୍ଦିପ ସାହୁ, ନିହାର ରଞ୍ଜନ ସାହୁ, ସବ୍ୟସାଚୀ ସାହୁ, ଆଶିଷ ସାହୁ, ଅନିଲ ବେହେରା, ବିଜୟ ସାହୁ, ହେମନ୍ତ ସାହୁ, ଜିତେନ୍ଦ୍ର ସାହୁ, ଦୀପ୍ତି ରଞ୍ଜନ ସାହୁ ପ୍ରମୁଖ ସହଯୋଗ କରିଥିଲେ। ସ୍ବେଚ୍ଛାସେବୀ ସଞ୍ଜିତ୍ ଦାସଙ୍କ ସହ ନେହେରୁ ଯୁବ କେନ୍ଦ୍ରର ଜାତୀୟ ଯୁବ ସ୍ଵେଚ୍ଛାସେବୀ ରାକେଶ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *