ମହାବିନାୟକ ପୀଠରେ ପ୍ଲାଷ୍ଟିକ ମୁକ୍ତ ବଣଭୋଜି ସଚେତନତା କାର୍ଯ୍ୟ କ୍ରମ
ବଡ଼ଚଣା: ରାଜ୍ୟସରକାରଙ୍କ ରାଜ୍ୟ ପ୍ରଦୂର୍ଷଣ ନିୟନ୍ତ୍ରଣ ପରିଷଦ ଓ ଜିଲ୍ଲାପାଳନଙ୍କ ନିର୍ଦ୍ଦେଶରେ,ଜିଲ୍ଲାପ୍ରଶାସନ ସହଯୋଗରେ ଓଳାଶୁଣୀ ମେଳାରେ ପ୍ଲାଷ୍ଟିକ ମୁକ୍ତ ବଣଭୋଜି ପାଇଁ ଏକ ସଚେତନତା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି l ଆଞ୍ଚଳିକ ପ୍ରଦୂର୍ଷଣ ନିୟନ୍ତ୍ରଣ ପରିଷଦର ଆଞ୍ଚଳିକ ଅଧିକାରୀ ମଦନମୋହନ ସାହୁଙ୍କ ତତ୍ୱାବଧାନରେ ସହ ପରିବେଶ ବିଜ୍ଞାନୀ ହିମାଂଶୁ ଶେଖର ସାହୁ, ସୌମ୍ୟରଂଜନ ସାହୁ ଓ ପରିଷଦର କର୍ମଚାରୀମାନେ, ଡାଳିଯୋଡ଼ା,ଚଣ୍ଡିଖୋଲ ବନାଞ୍ଚଳ ଅଧିକାରୀ ସଚ୍ଚିଦାନନ୍ଦ ସୁବୁଦ୍ଧିଙ୍କ ତତ୍ୱାବଧାନରେ ଫରେଷ୍ଟର କୁଷ୍ଣଚନ୍ଦ୍ର ଟୁଡୁ ଓ ବନ କର୍ମଚାରୀମାନେ, ରାମକୋ ସିମେଣ୍ଟ ପ୍ରାଇଭେଟ ଲିମିଟେଡ଼ର ପ୍ରଭାସ କୁମାର ଦେଓ କର୍ମଚାରୀ ମାନେ,ଜିଲ୍ଲା ପରିବେଶ ସମିତିର ସମ୍ପାଦକ ଡଃ ଶରତ କୁମାର ସାହୁ ଓ ସଭ୍ୟମାନେ, ଚଣ୍ଡିଖୋଲ ସରକାରୀ ଉଚ୍ଚବିଦ୍ୟାଳୟ,ମହାବିନାୟକ ବାଳିକା ଉଚ୍ଚ ବିଦ୍ୟାଳୟ ,ଡିୟୁ ପବ୍ଲିକ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଓ ସହ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ଗଣ ବିଶାଳ ଶୋଭାଯାତ୍ରାରେ ବାହାରି ବିଭିନ୍ନ ନାରା ସମ୍ପର୍କିତ ବ୍ୟାନର,ପ୍ଲାକାର୍ଡ ଧରି ପର୍ଯ୍ୟଟକ ମାନଙ୍କୁ ସଚେତନତା ପ୍ରଦାନ କରିଥିଲେ । ୨୬ ଦିନ ଧରି ଚାଲିଥିବା ଏହି ସଚେତନତା କାର୍ଯ୍ୟକ୍ରମକୁ ସୁଚାରୁରୂପେ ସ୍ଥାନୀୟ ଉଦୀୟମାନ ସ୍ବେଚ୍ଛାସେବି ଅନୁଷ୍ଠାନର ବରିଷ୍ଠ ସ୍ବେଚ୍ଛାସେବୀ ହୃଷିକେଶ ସାମଲ, ଅନନ୍ତ ମାହାଲା,ଶିକ୍ଷାବିତ ଶ୍ରୀଚରଣ ଦାସ,ସମାଜସେବୀକା ଗୀତାଞ୍ଜଳି ସାମଲ,ସରସ୍ଵତୀ ସିଂ,ପ୍ରତାପ ଚନ୍ଦ୍ର ଦାସ,ଶ୍ରୀକାନ୍ତ କୁମାର ସିଂ ପ୍ରମୁଖ ସଚେତନତା କାର୍ଯ୍ୟ କ୍ରମରେ ଯୋଗ ଦେଇ ମହାବିନାୟକ ପୀଠ ଓ ବଣଭୋଜି ଆୟୋଜକମାନଙ୍କ ମଧ୍ୟରେ ଏକକ ବ୍ୟବହାର ପ୍ଲାଷ୍ଟିକ ବିରୁଦ୍ଧରେ ସଚେତନତା ସୃଷ୍ଟି କରିଥିଲେ l ପ୍ଲାକାର୍ଡ,ବ୍ୟାନର ଧରି,ଏକକ ପ୍ଲାଷ୍ଟିକ ବିରୁଦ୍ଧରେ ସ୍ଲୋଗାନ ଦେଇ ସଚେତନ କରିବା ସହିତ ମେଳା ପଢିଆରୁ ପ୍ଲାଷ୍ଟିକ ସଫା କରିଥିଲେ l ପ୍ଲାଷ୍ଟିକ ମୁକ୍ତ ବଣଭୋଜି ପାଇଁ ସଚେତନତା ସୃଷ୍ଟି ଜାରି ରଖିବାକୁ ଓ ଉକ୍ତ ଅଭିଯାନରେ ନିଜକୁ ସାମିଲ କରିବା ପାଇଁ ପ୍ରତଜ୍ଞା କରି ଶପଥ ପାଠ କରିଥିଲେ l ଶେଷରେ ପରିବେଶ କର୍ମୀ ଅନିଲ କୁମାର ଦାସ ଧନ୍ୟବାଦ ପ୍ରଦାନ କରିଥିଲେ ।
