ଓଁ ମାଁ କନକ ଦୁର୍ଗା ପ୍ଲମ୍ବର ଓ ୱାଇରିଙ୍ଗ ସଂଘ ପକ୍ଷରୁଶ୍ରମିକ ଦିବସ ପାଳନ

। ହିଞ୍ଜିଳିକାଟୁ ୦୧/୦୫ ହିଞ୍ଜିଳିକାଟୁ ଓଁ ମାଁ କନକ ଦୁର୍ଗା ପ୍ଲାମ୍ବର ଓ ୱାଇରିଙ୍ଗ ସଂଘ ପକ୍ଷରୁ ବୁଧବାର ଶ୍ରମିକ ଦିବସ ପାଳନ ହୋଇଯାଇଛି। ସଂଘର ସଂଘ କାର୍ଯ୍ୟାଳୟରେ ସଭାପତି ବିଚିତ୍ରାନନ୍ଦ ମୁନି ବୁଧବାର ସକାଳେ ସଂଘୀୟ ପତାକା ଉତ୍ତୋଳନ କରିଥିଲେ। ପରେ ସଂଘ ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ହିଞ୍ଜିଳିକାଟୁ ପୌରପରିଷଦ କାଉନସିଲର ଵିଭୁପ୍ରସାଦ ପଣ୍ଡା ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ରିଵନକାଟି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।ସଂଘ ସମ୍ପାଦକ ସିମାଞ୍ଚଳ ପଣ୍ଡା ଶ୍ରମିକ ଦିବସ ତାତ୍ପର୍ଯ୍ୟ ସମ୍ପର୍କରେ କହିଥିଲେ। ଏହା ପରେ ହିଞ୍ଜିଳିକାଟୁ ପୌରପରିଷଦ ୱାର୍ଡ ନଂ ୫ ତାରାତାରିଣୀ ରୋଡ ସ୍ଥିତ ସଂଘ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରା ହିଞ୍ଜିଳିକାଟୁ ପୌରପରିଷଦ ଅଞ୍ଚଳ ପରିକ୍ରମା କରି ପୁନଶ୍ଚ ସଂଘ ସଭାଗୃହ ନିକଟରେ ପହଞ୍ଚି ଥିଲା।

ଏହି ଶୋଭାଯାତ୍ରା ରେ ସଂଘ ର ଉପସଭାପତି ପ୍ରମୋଦ କୁମାର ମହାରଣା, କୋଷାଧ୍ୟକ୍ଷ ଯୁଗଳ କିଶୋର ପାଣିଗ୍ରାହୀ, ଶିବଶଙ୍କର ଡାକୁଆ, ରଘୁନାଥ ପାଳ, ଲଡୁ କିଶୋର ବିଶ୍ଵାସରା, ହିମାଂଶୁ ସାବତ, ଶୁଭ୍ରାଂଶୁ ପାତ୍ର, ଜ୍ଞାନ ରଞ୍ଜନ ସାହୁ, କରୁଣାକର ସାହୁ, ଶିବରାମ ପାତ୍ର,ରବି ସାହୁ ପ୍ରମୁଖ ଙ୍କ ସହ ଶତାଧିକ ସଦସ୍ୟ ସହଯୋଗ କରିଥିଲେ।।ପରେ ଶ୍ରମିକମାନଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା।

Leave a Reply

Your email address will not be published. Required fields are marked *