ଜିଲ୍ଲା ସ୍ତରୀୟ ପିଏମ୍‌କିଷାନ ଉତ୍ସବ ଦିବସ ପାଳିତ ଭଦ୍ରକ ଜିଲ୍ଲାର ଉପକୃତ ହେବେ ୧,୩୯,୫୪୩ କୃଷି

ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ଆନୁକୂଲ୍ୟରେ ଆୟୋଜିତ ପି.ଏମ୍. କିଷାନ୍ ନିଧ ଯୋଜନାର ୧୭ତମ କିସ୍ତିର ହସ୍ତାନ୍ତର ଉତ୍ସବ ପାଳନ ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ଭଦ୍ରକ ଜିଲ୍ଲା ସ୍ତରରେ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗରେ ମନ୍ତ୍ରୀ ସୂର୍ଯବଂଶୀ ସୂରଜ ମୁଖ୍ୟ ଅତିଥୁ ଭାବେ ଯୋଗଦେଇ ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭଦ୍ରକ ଲୋକସଭା ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ନାରାୟଣ ଚନ୍ଦ୍ର ଉପାଧ୍ୟାୟ, କେ.ବି.କେ ରାଣୀତାଲର ସହଯୋଗୀ ଗବେଷଣା ନିର୍ଦ୍ଦେଶକ ଉମାଶଙ୍କର ନାୟକ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମରେ ଉପସ୍ଥିତ ଋଷୀମାନଙ୍କ ଉଦ୍ଦେଶ୍ୟରେ ପିଏମ୍ କିଷାନ ଯୋଜନାର ଆଭିମୁଖ୍ୟ, କୃଷି ଓ କୃଷକ ମାନଙ୍କ ସଶକ୍ତିକରଣ ପାଇଁ ଉଦ୍ଦିଷ୍ଟ ସରକାରଙ୍କ ଯୋଜନା, ପାରା ସମ୍ପ୍ରସାରଣ କର୍ମୀ ରୂପେ କୃଷି ସଖୀ ମାନଙ୍କୁ ପ୍ରମାଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ସମ୍ବନ୍ଧରେ ପ୍ରକାଶ କରିଥିଲେ । ଭଦ୍ରକ ଜିଲ୍ଲାରେ କୃଷିର ଉନ୍ନତି ତଥା କୃଷକ ର ଆୟ ଦୁଇଗୁଣା କରିବା ପାଇଁ ଜିଲ୍ଲାରେ ଖରିଫ୍ ଋଷ ଭଳି ରବି ଋଷ ଉପରେ ଅଧିକ ଗୁରୁତ୍ବ ଦେବାର ଆବଶ୍ୟକତା ଅଛି ବୋଲି ମତବ୍ୟକ୍ତ କରିଥିଲେ । ସୂଚନା ଯୋଗ୍ୟକି ଏହି ଯୋଜନାରେ ଋଷାଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏଁ ହସ୍ତାନ୍ତର କରାଯାଇଛି । ୧୭ ତମ କିସ୍ତିରେ ଦେଶର ୯ କୋଟି ୨୬ ଲକ୍ଷ ଋଷାକୁ ୨୦ ହଜାର କୋଟି ଟଙ୍କା ହସ୍ତାନ୍ତର କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମକୁ ଉତ୍ତରପ୍ରଦେଶର ବାରାଣାସୀରେ ଏକ କାର୍ଯ୍ୟକ୍ରମରେ ଉଦ୍‌ଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଦୃଶ୍ୟ ଫଳକ ଜରିଆରେ ସିଧାସଳଖ ସେଠାରେ ସମସ୍ତେ ଦେଖୁଥିଲେ । ଏହି କିସ୍ତିରେ ଭଦ୍ରକ ଜିଲ୍ଲାରେ ସମୁଦାୟ ୧ ଲକ୍ଷ ୩୯ ହଜାର ୫୪୩ ଜଣ ଋଷୀଙ୍କ ଖାତାକୁ ଉକ୍ତ ଅର୍ଥ ହସ୍ତାନ୍ତର କରାଯାଇଛି । ଭଦ୍ରକ ବ୍ଲକ୍‌ରେ ୨୨,୦୨୭ ବାସୁଦେବପୁର ର ୨୪,୬୨୬ ଭଣ୍ଡାରିପୋଖରୀର ୧୪,୩୧୫, ବନ୍ତର ୧୩,୭୯୨, ଋନ୍ଦବାଲିର ୧୮,୯୭୫, ଧାମନଗର ୨୨,୯୯୧, ତିହିଡ଼ିର ୨୨,୮୧୭ ଜଣ ଋଷୀ ଉପକୃତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *