ଲାଞ୍ଚ_ନେବାବେଳେ_ଭିଜିଲାନ୍ସ_ଜାଲରେ_ପୋଲିସ_ଏସ୍‌ଆଇ

#ଲାଞ୍ଚ_ନେବାବେଳେ_ଭିଜିଲାନ୍ସ_ଜାଲରେ_ପୋଲିସ_ଏସ୍‌ଆଇ-କେସ୍‌ ରଫାଦଫା କରିବା ପାଇଁ ୧୦ ହଜାର ଟଙ୍କାର ହେଉଥିଲା ଡ଼ିଲ୍ -ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନାର ସବ୍‌-ଇନ୍ସପେକ୍ଟର ସୁଜିତ୍ କୁମାର ମହାନ୍ତ-ଆଜି ସନ୍ଧ୍ୟାରେ ଏସଆଇ ସୁଜିତ ମହାନ୍ତ, ଅଭିଯୋଗକାରୀଙ୍କୁ ଥାନା ବାହାରେ ଏକ ନିଛାଟିଆ ସ୍ଥାନକୁ ଲାଞ୍ଚ ଦେବା ପାଇଁ ଡକାଇଥିଲେ -ସେଠାରେ ଲାଞ୍ଚ ଟଙ୍କା ଗ୍ରହଣ କରିବା ମାତ୍ରେ ସେ ପୂର୍ବ ପ୍ରସ୍ତୁତ ଥିବା ଭିଜିଲାନ୍ସ ଦଳକୁ ଦେଖିବାକୁ ପାଇଥିଲେ -ଏଣୁ ଗିରଫଦାରୀରୁ ବର୍ତ୍ତିବା ପାଇଁ SI ସେଠାରୁ ଦୌଡ଼ିବାକୁ ଲାଗିଥିଲେ ଭିଜିଲାନ୍ସ ଦଳ ମଧ୍ୟ ତାଙ୍କୁ ଗୋଡ଼ାଇଥିଲା-ଶେଷରେ ଉପାୟ ଶୂନ୍ୟ ହୋଇ SI ଜଣକ ଖସିଯିବା ପାଇଁ ନିକଟସ୍ଥ ଏକ ପୋଖରୀକୁ ଡେଇଁ ପଡ଼ିଥିଲେ-କିନ୍ତୁ ଭିଜିଲାନ୍ସ ଦଳର ଜଣେ ସଦସ୍ୟ ମଧ୍ୟ ପୋଖରୀକୁ ଡେଇଁ ପହଁରି ପହଁରି ତାଙ୍କୁ କାବୁକରିଥିଲେ

Leave a Reply

Your email address will not be published. Required fields are marked *