ପ୍ରଜ୍ଞାନ ମିଶନ ମୁଖ୍ୟ ତଥା ମାର୍ଗ ଦର୍ଶକ ପରମହଂସ ପ୍ରଜ୍ଞାନାନ୍ଦଜୀ ଙ୍କ ପଞ୍ଚସଖା ପୀଠ ପରିକ୍ରମା
ପ୍ରଜ୍ଞାନ ମିଶନ ମୁଖ୍ୟ ତଥା ମାର୍ଗ ଦର୍ଶକ ପରମହଂସ ପ୍ରଜ୍ଞାନାନ୍ଦଜୀ ଙ୍କ ପଞ୍ଚସଖା ପୀଠ ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ପ୍ରଜ୍ଞାନାନ୍ଦଜୀ ଙ୍କ ତତ୍ୱାବଧାନରେ ବହୁ ସାଧୁ ସନ୍ଥ ମାନେ ଯୋଗ ଦେଇ ସନାତନ ଧର୍ମର ପ୍ରଚାର ପ୍ରସାର ଓ ପଞ୍ଚସଖା ପୀଠର ଉର୍ଣ୍ଣତି କରଣ ଉପରେ ଦୁରୁତ୍ବଆରୋପ କରିଥିଲେ । ଆଜି ପ୍ରଥମେ ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ, ମହାପୁରୁଷ ଯଶୋବନ୍ତ ଦାସ ଅଢ଼ଙ୍ଗ, ମହାପୁରୁଷ ଶିଶୁଅନନ୍ତ ଦାସ, ବାଲିପାଟଣା, ମହାପୁରୁଷ ବଳରାମ ଦାସ, ବେଗୁନିଆ, ଓ ପରିଶେଷରେ ମହାପୁରୁଷ ଜଗନ୍ନାଥ ଦାସ ପୁରୀ ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି ।

ଏହି କାର୍ଯ୍ୟକ୍ରମ ରେ ବହୁ ସାଧୁ ସନ୍ଥ ଙ୍କ ସହିତ ଦେଶ ବିଦେଶର ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଯୋଗ ଦେଇ ମହାପୁରୁଷ ମାନଙ୍କ ଆଦର୍ଶ ଜୀବନ ଉପରେ ଆଲୋଚନା କରିଥିଲେ । ତେବେ ଏହି କାର୍ଯ୍ୟକ୍ରମ ଆଜି ପ୍ରଥମେ ନେମାଳ ରୁ ଆରମ୍ଭ ହୋଇ ପୁରୀ ଜଗନ୍ନାଥ ଧାମରେ ଶେଷ ହେବ ବୋଲି ଆୟୋଜନ ମାନେ କହିଛନ୍ତି ।
ଜଗତସିଂହପୁରରୁ ରୀତା ସାହୁ
