କଥା ଦେଇ କଥା ରଖିଲେ ପ୍ରଣବ

କଥା ଦେଇ କଥା ରଖିଲେ ପ୍ରଣବ।ଆଜି ଧର୍ମଶାଳାର ମାନ୍ୟବର ବିଧାୟକ ପ୍ରଣବ କୁମାର ବଳବନ୍ତ ରାୟ ଙ୍କ ଉପସ୍ଥିତିରେ ବାର୍ଦ୍ଧକ୍ୟଏବଂ ବିଧବା ଭର୍ତ୍ତା ପ୍ରଦାନ କରାଯାଇଛି।କିଛି ଦିନ ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ଯେଉଁ ମାନେବାର୍ଦ୍ଧକ୍ୟ ଭତ୍ତା ପାଇବା ଯୋଗ୍ୟ ଜାନୁୟାରୀ 31 ସୁଦ୍ଧା ସେହି ବ୍ୟକ୍ତି ମାନଙ୍କୁ ଏହା ପ୍ରଦାନ କରାଯିବ। ସେହି କ୍ରମ ରେ ଧର୍ମଶାଳା ବିଧାୟକ ଘୋଷଣା କରିଥିଲେ ଯେଉଁ ମାନେ ସମସ୍ତ କାଗଜ ପତ୍ର ସହିତ ସଠିକ ଭାବରେ ଜାନୁୟାରୀ 31 ସୁଦ୍ଧା ଆବେଦନ କରିଥିବେ ସେମାନଙ୍କୁ ଏହି ଯୋଜନା ରେ ସାମିଲ କରାଯିବ। କଥା ଦେଇ କଥା ରଖିଲେ ପ୍ରଣବ ମୋଟ 3719 ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନା ରେ ସାମିଲ କରିବା ସହିତ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ରେ ମୋଟ 38817 ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଉଛି ଏହି ଅପରାହ୍ନ ରେ ଧର୍ମଶାଳା ବ୍ଲକ୍ ତରଫରୁ ଆୟୋଜିତ ସଭାରେ ଅଧକ୍ଷ ପ୍ରଭାତ କୁମାର ବଳବନ୍ତ ରାୟ ଙ୍କ ସଭାପତିତ୍ବରେ ସମସ୍ତ ହିତାଧିକାରୀଙ୍କୁ ଏହି ଭତ୍ତା ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ଭାବରେ ପ୍ରଣବ କୁମାର ବଳବନ୍ତ ରାୟ ଯୋଗଦେଇ ସାଢ଼େ ଚାରିକୋଟୋ ଓଡିଆ ଙ୍କ ମନର କଥା ମାନ୍ୟବର ମୁଖ୍ୟମନ୍ତ୍ରୀ ବୁଝନ୍ତି କହିବ ସହିତ ବାର୍ଦ୍ଧକ୍ୟ ସମୟର ସାହାରା ମୁଖ୍ୟମନ୍ତ୍ରୀ ପାଲଟିଛନ୍ତି ବୋଲି ପ୍ରକାଶ କରିଥିଲେ ଏବଂ କିଛି ଦିନ ପୂର୍ବରୁ ଏଥିପାଇଁ ମୁଖ୍ୟମନ୍ତ୍ରୀ 500 ଟଙ୍କା ଭତ୍ତା ବୃଦ୍ଧି କରିଥିବା କଥା କହିଥିଲେ। ଏହି ସଭାରେ ଧର୍ମଶାଳା ର ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ସସ୍ତଙ୍କୁ ସ୍ବାଗତ କରିଥିଲା ଏବଂ ସମସ୍ତ ପଞ୍ଚାୟତ ର ସରପଞ୍ଚ , ସମିତିସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ସହଜୋଗ କରିଥିଲେ।

ଧର୍ମଶାଳା ରୁ ଈଶ୍ୱର ଚନ୍ଦ୍ର ବାରିକ ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *