ରାଇକିଆ ବ୍ଲକ ଠାରେ BSKY ନବୀନ କାର୍ଡ ବଣ୍ଟନ

ରାଇକିଆ, ତା 7/3/24 କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପରିସର ମଧ୍ୟ ରେ ବିଜୁ ସ୍ୱାସ୍ଥ୍ୟ ନବୀନ କାର୍ଡ ବିତରଣ କାର୍ଯ୍ୟ ର ଶୁଭଆରମ୍ଭ କରା ଯାଇଅଛି। ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ କମିଶନର RDC କାର୍ଯ୍ୟାଳୟ ବ୍ରହ୍ମପୁର ରୁ ଶ୍ରୀ ଯୁକ୍ତ ଅଗସ୍ତି ପ୍ରଧାନ ଯୋଗ ଦେଇ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟ ର ଶୁଭାରମ୍ଭ କରିଥିଲେ।ଆଜିର ଏହି ଜନ କଲ୍ୟାଣ କାର୍ଯ୍ୟକ୍ରମ ଅବସର ରେ ଗୋଷ୍ଠୀ ଉନୟନ ଅଧିକାରୀ ସିମାଞ୍ଚଳ ମଣ୍ଡଳ, ଅତିରିକ୍ତ ଗୋଷ୍ଠୀ ଉନୟନ ଅଧିକାରୀ ଦିବ୍ୟସିଂ କଂହର, ଯୋଗାଣ ଅଧିକାରୀ କିରଣ କୁମାର ବେହେରା, ବ୍ଲକ ଅଧ୍ୟକ୍ଷ ପ୍ରୀତମ ଚନ୍ଦ୍ର ପ୍ରଧାନ, ବ୍ଲକ ଉପାଧ୍ୟାକ୍ଷା ରୀନା ପ୍ରଧାନ, ରାଇକିଆ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳୀ ନାୟକ, ବେରେଡାକିଆ ସରପଞ୍ଚ ଅକ୍ଷୟ ପ୍ରଧାନ, ଦଡିଙ୍ଗିଆ ସରପଞ୍ଚ ଅଶୋକ ପ୍ରଧାନ, ପେଟାପାଙ୍ଗା ସରପଞ୍ଚ ପ୍ରଭାକର ପ୍ରଧାନ, ବ୍ୟାଙ୍କ ଶାଖା ପରିଚାଳକ ସନ୍ତୋଷ ବେହେରା ମଞ୍ଚସିନ ରହି ହିତାଧିକାରୀ ମାନଙ୍କୁ BSKY ନବୀନ କାର୍ଡ ପ୍ରଦାନ କରିବା ସହିତ ଏହି କାର୍ଡ ମାଧ୍ୟମ ରେ ଗୋଟିଏ ପରିବାର କିଭଳି ଉପକୃତ ହୋଇ ପାରିବ ତାହା ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ରାଇକିଆ ବ୍ଲକ ର 12ଗୋଟି ପଞ୍ଚାୟତ ର ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ ଙ୍କ ସହିତ ବ୍ଲକ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *