ପ୍ରେମ
ପ୍ରେମ ନୁହେଁ ଏକ କାଗଜର ଡଙ୍ଗା
ନଦୀ ସୁଏ ଭାସିଯିବ..
ପ୍ରେମ ନୁହେଁ ଏକ ଜରିପକା ଲୁଗା
ପିନ୍ଧୁ ପିନ୍ଧୁ ଚିରିଯିବ..
ପ୍ରେମ ନୁହଁ ଏକ ଅଧ ରାତି ସ୍ବପ୍ନ
ସେଇ କ୍ଷଣି ଭାଙ୍ଗିଯିବ..
ପ୍ରେମ ନୁହଁ ଏକ ଆଈମା କାହାଣୀ
ଶୁଣି ଦେଇ ଭୁଲିଯିବ..
ପ୍ରେମ ନୁହଁ ଏକ ନଦୀ ତଟ ଘର
ବନ୍ୟା ରେ ଭାସିଯିବ..
ପ୍ରେମ ତ ଏମିତି ଜିନିଷ…
ସବୁରୀ ହୃଦୟେ ସାଇତି ରଖିଲେ ଯୁଗ ଯୁଗ ବଞ୍ଚିଥିବ..

ରିପୋଟର -ହିମାନ୍ଦ୍ରି ମେହେର (ମିନୁ )
