ଶୀତଳଷଷ୍ଠୀ ଓ ଶିବପାର୍ବତୀଙ୍କ ବିବାହ ପାଇଁ ପ୍ରସ୍ତୁତି ବୈଠକ .
ରାଉରକେଲା: ସେକ୍ଟର ୨ ସ୍ଥିତ ମା କନକ ଦୁର୍ଗା ମନ୍ଦିର ପରିଚାଳନା କମିଟି ତରଫରୁ ଆସନ୍ତା ଶୀତଳଷଷ୍ଠୀ ଓ ଶିବପାର୍ବତୀଙ୍କ ବିବାହ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପରିଚାଳନା କମିଟିର ସଭାପତି ଭାରତୀକୃଷ୍ଣ ମିଶ୍ର ଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ଆସନ୍ତା ଜୁନ୍ ମାସ ୧୭ ତାରିଖ ଦିନ ଅଙ୍କୁରାରୋପଣ ଓ ୧୮ ତାରିଖ ଦିନ ଶିବ ପାର୍ବତୀଙ୍କ ବିବାହ କରାଯିବାପାଇଁ ସ୍ଥିର କରାଗଲା। ବୈଠକର ନିଷ୍ପତି ଅନୁଯାୟୀ ବର ର ପିତାମାତା ଓ କନ୍ୟା ପିତାମାତା ପାଇଁ ଇଛୁକ ବ୍ୟକ୍ତି ମନ୍ଦିର ପରିଚାଳନା କମିଟିକୁ ଆସନ୍ତା ଜୁନ୍ ୧୦ ତାରିଖ ସୁଦ୍ଧା ମୋବାଇଲ ନଂ ୯୩୪୮୨୦୮୫୦୧ କିମ୍ବା ୭୯୭୮୬୩୪୯୯୮ ରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି। ଏହି ପ୍ରସ୍ତୁତି ବୈଠକରେ ସାଧାରଣ ସମ୍ପାଦକ ନାରାୟଣ ମହାନ୍ତି, ଉପସଭାପତି ସରୋଜ ରଞ୍ଜନ ଦାସ ଓ ଲଳିତ ସୁନ୍ଦର ଜେନା, କୋଷାଧ୍ୟକ୍ଷ ସୁଶାନ୍ତ କୁମାର ବିଶ୍ବାଳ,ଅଜୟ କୁମାର ଦାସ, ମନୋଜ କୁମାର ପାଣିଗ୍ରାହୀ,ବୁଲୁ ନନ୍ଦ, ଜଗବନ୍ଧୁ ପାଢ଼ୀ, ଅମରେନ୍ଦ୍ର ପତି ଙ୍କ ସମେତ ସମସ୍ତ ସଭ୍ୟ ଉପସ୍ଥିତ ଥିଲେ। ଶେଷରେ ସଭାପତି ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
