ରାଜଯୋଗୀ ଡା. ଶକ୍ତିରାଜ ଭାଇଙ୍କ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

ଆସିକା ୩୦/୦୬: ବ୍ରହ୍ମାକୁମାରୀଜ୍ ଆସିକା ପକ୍ଷରୁ ଆସନ୍ତା ୧ ଜୁଲାଇ ୨୦୨୬ (ବୁଧବାର) ସ୍ଥାନୀୟ ହରି ହର ହାଇ ସ୍କୁଲ ଖେଳପଡ଼ିଆଠାରେ ଆୟୋଜିତ ହେବାକୁ ଥିବା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ମାଇଣ୍ଡ ମେମୋରି ଟ୍ରେନର୍, ପ୍ରେରଣାଦାୟକ ବକ୍ତା ତଥା ରାଜଯୋଗୀ ଡା. ଶକ୍ତିରାଜ ଭାଇଙ୍କ ବିଶାଳ ଆଧ୍ୟାତ୍ମିକ ପ୍ରେରଣାଦାୟକ କାର୍ଯ୍ୟକ୍ରମର ସଫଳ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସମାପ୍ତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ଅବସରରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସେବାକେନ୍ଦ୍ରର ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ପ୍ରକାଶ କରିଥିଲେ ଯେ ସାମ୍ପ୍ରତିକ ପରିସ୍ଥିତିରେ ବିଚାରଧାରାରେ ପରିବର୍ତ୍ତନ ଓ ସୁସଂହତ ଜୀବନ ଶୈଳୀ ଦ୍ଵାରା ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟର ପରିଚାଳନା ଦିଗରେ ରାଜଯୋଗୀ ଡଃ ଶକ୍ତିରାଜ ଭାଇଙ୍କ ପ୍ରେରଣାଦାୟି ବକ୍ତବ୍ୟ ଆଜି ସାରା ଭାରତରେ ରାଜନୈତିକ, ପ୍ରଶାସନିକ,ପ୍ରତିରକ୍ଷା ବିଭାଗରେ କାର୍ଯ୍ୟ କରୁଥିବା ସମସ୍ତ ଅଧିକାରୀ ବିଶେଷକରି ବୁଦ୍ଧିଜୀବୀ, ଛାତ୍ର, ଶିକ୍ଷାବିତ୍ ତଥା ସମାଜର ସମସ୍ତ ବର୍ଗକୁ ଆକର୍ଷିତ କରିପାରିଛି l ଅତଏବ ଆସିକା ସହରରେ ରାଜଯୋଗୀ ଡା. ଶକ୍ତିରାଜ ଭାଇଙ୍କ ବହୁ ପ୍ରତୀକ୍ଷିତ ଏହି କାର୍ଯ୍ୟକ୍ରମ ସହରବାସୀଙ୍କୁ ସକାରାତ୍ମକ ଜୀବନଶୈଳୀର ଅମୂଲ୍ୟ ବାର୍ତ୍ତା ପ୍ରଦାନ କରିବ ବୋଲି ଆମେ ଆଶା କରୁଛୁ l

Leave a Reply

Your email address will not be published. Required fields are marked *