ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଗଣିଆ – ଗଣିଆରେ ଥିବା ଜଗନ୍ନାଥ ମନ୍ଦିର ପରିସରରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମନ୍ଦିର ଟ୍ରଷ୍ଟି ଅକ୍ଷୟ କୁମାର ସାହୁଙ୍କ ସଭାପତିତ୍ବରେ ସମ୍ପାଦକ ସୁନିଲ କୁମାର ସାହୁ,ସରପଞ୍ଚ ଗିରିଧାରୀ ସେଠୀ, ସମିତି ସଭ୍ୟ ଫକୀର ମୋହନ ଡାକୁଆ,ଉଦ୍ୟନାଥ ସାହୁ,ଭରତ ଚନ୍ଦ୍ର ସାହୁ,ପ୍ରଭାତ କୁମାର ଦାଶ, ସରୋଜ କୁମାର ଦାଶ,ବ୍ରଜକିଶୋର ସାହୁ, ପ୍ରକାଶ କୁମାର ସାହୁଙ୍କ ସମେତ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଆସନ୍ତା ୨୬ ତାରିଖରେ ନବଯୌବନ ଦର୍ଶନ ଯଥାରୀତି ଅନୁସାରେ ପାଳନ କରାଯିବାକୁ ସ୍ଥିର କରାଯାଇଥିଲା । ୨୭ ତାରିଖ ରଥଯାତ୍ରା ଅବସରରେ ରଥ ନିର୍ମାଣ ଠାରୁ ଆରମ୍ଭ କରି ପୂଜାକାର୍ଯ୍ୟ ତଥା ବାହୁଡା଼ ଯାତ୍ରା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କିଭଳି ସମାପ୍ତ ହେବ ସେଥିପାଇଁ ସମସ୍ତେ ଚେଷ୍ଟା କରିବାକୁ ଟ୍ରଷ୍ଟି ଶ୍ରୀ ସାହୁ ଅନୁରୋଧ କରିଥିଲେ । ନଅଦିନ ପର୍ଯ୍ୟନ୍ତ ମହାପ୍ରଭୁ ମାଉସୀ ମା ମନ୍ଦିରରେ ଅବସ୍ଥାନ କରିବାକୁ ଥିବା ବେଳେ ଉକ୍ତ ମନ୍ଦିର ପରିସର ପରିଷ୍କାର ପରିଚ୍ଛନ୍ନ କରିବା ସହିତ ବିଦ୍ୟୁତ୍ ସଂଯୋଗ, ପାନୀୟ ଜଳ ଯୋଗାଣ ଆଦି କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ସରପଞ୍ଚ ଶ୍ରୀ ସେଠୀଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିଲା । ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରା ଦିନ ଉପସ୍ଥିତ ରହି ପ୍ରଭୁଙ୍କ ନୀତିକାନ୍ତିରେ ସହଯୋଗ କରିବାକୁ ଗଣିଆ ଶାସନ ସାହିର ପଣ୍ଡିତ ମାନଙ୍କୁ ନିମନ୍ତ୍ରଣ କରିବାକୁ ଆଲୋଚନା ହୋଇଥିଲା ।

ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *