ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଭଦ୍ରକରେ ବିରୋଧ ଶତାଧିକ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଲା ପୁଲିସ

ଭଦ୍ରକ, ୧୫୫୬() : ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିତାଙ୍କ ଭଦ୍ରକ ଗସ୍ତ ସମୟରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି । ‘ନାରୀକୁସମ୍ମାନ ଦିଅ ନଚେତ ଇସ୍ତଫା ଦିଅ’, ‘ପ୍ରଭାତୀ ପରିଡା଼ ଗୋ ବ୍ୟାକ’ ସ୍ଲୋଗାନ ଦେଇ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରା ଜିଲ୍ଲା କଂଗ୍ରେସ ସଭାପତି ନଳିନୀ କାନ୍ତ ମହାନ୍ତିଙ୍କ ନେତୃତ୍ଵରେ ବାହାରିଥିଲା । କିନ୍ତୁ ଥାନା ଛକ ଠାରେ ସହରାଚଂଳ ପୁଲିସ ଶୋଭାଯାତ୍ରାକାରୀଙ୍କୁ ଅଟକାଇ ଥାନାରେ ଅଟକ ରଖିଥିଲା । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା଼ ଭଦ୍ରକରୁ ପ୍ରସ୍ଥାନ କରିବା ପରେ, ପୁଲିସ ଅଟକ କଂଗ୍ରେସ ନେତୃମଣ୍ଡଳୀ ଓ କର୍ମୀଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ିଥିଲା । ଏହି କ୍ରମରେ ଜିଲ୍ଲା ସଭାପତି ନଳିନୀ କାନ୍ତ ମହାନ୍ତି କହିଛନ୍ତିଯେ; ନାରୀକୁ ସମ୍ମାନ ଓ ସୁରକ୍ଷା ଦେବା ଆମର ପ୍ରଥମିକତା କହି ଆସୁଥିବା ବିଜେପି ସରକାର କେନ୍ଦ୍ରାପଡ଼ାର ଚର୍ଚ୍ଚିତ ସରପଂଚ ଚାମେଲି ଓଝାଙ୍କୁ ଏଯାବତ୍ ସୁରକ୍ଷା ଦେଇ ପାରିଲେ ନାହିଁ । ପ୍ରଶାସନର ଗୁଣ୍ଡା ବାହିନୀ ଓ ବିଜେପିର ଗୁଣ୍ଡାଙ୍କ ଆକ୍ରମଣର ଶୀକାର ହୋଇ ସେ ଏବେ ଚିକିତ୍ସାଧୀନ ଅଛନ୍ତି । ସରକାର ତୁରନ୍ତ ଏହି ଘଟଣାରେ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ -କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ରଜ ପର୍ବର ସ୍ଵତନ୍ତ୍ରତା ରହିଛି । ଓଡ଼ିଆଙ୍କ ଏହି ମହାନ ପର୍ବରେ ସମସ୍ତ ଓଡ଼ିଆ ମାଟି ମା’କୁ ପୂଜା କରିଥାନ୍ତି । କିନ୍ତୁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଭଦ୍ରକ ଗସ୍ତ ସମୟରେ ଗଛ ଲଗାଇବା କେଉଁ ପ୍ରକାର ଓଡ଼ିଆ ଅସ୍ମିତା ବୋଲି ଶ୍ରୀ ମହାତି ପ୍ରଶ୍ନ କରିଛନ୍ତି । ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଓ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠାର ପ୍ରତିଶ୍ରୁତି ଏବେ ବି ପ୍ରତିଶୃତି ହୋଇ ରହିଛି । ତେଣୁ ଜିଲ୍ଲାର ଏହି ୨ ପ୍ରମୁଖ ଦାବିକୁ ସରକାର ଭଦ୍ରକବାସୀଙ୍କୁ ଭୂଆଁ ନ ବୁଲାଇ ଶୀଘ୍ର ପ୍ରତିଶ୍ରୁତି ପାଳନ କରନ୍ତୁ । ଏହିପରି ୩ଟି ଦାବି ନେଇ ଦଳ ପକ୍ଷରୁ ଉପ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରାଯାଇଥିଲା ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଉକ୍ତ ବିକ୍ଷୋଭ ସମାବେଶରେ ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି, ରାଜ୍ୟ ଏସସି ସେଲ ସାଧାରଣ ସଂପାଦକ ରାଜେନ୍ଦ୍ର ପ୍ରସାଦ ଯେନା, ପିତବାସ ଧଳ, ନାରୀନେତ୍ରୀ ଶର୍ମିଷ୍ଠା ପଣ୍ଡା, ଯୁବ କଂଗ୍ରେସ ସଭାପତି ବଳରାମ ରାଉତ, ଜିଲ୍ଲା କୋଷାଧ୍ୟକ୍ଷ ବିଜୟ ବାରିକ, ବିଦ୍ୟାଧର ଯେନା, ସାଦ ସିଦ୍ଦିକ, ରାଜୁ ପ୍ରସାଦ ରାୟ, ପବିତ୍ର ପୃଷ୍ଟି, ରାଜକିଶୋର ପଣ୍ଡା, ରଂଜନ ଜେନା, ମନୋଜ ମଲ୍ଲିକ, ଆଲୋକ କୁମାର ଦାସ, ହରିହର ମଣ୍ଡଳ, ଧରିତ୍ରୀ ଜେନା, ଜ୍ୟୋସ୍ନାରାଣୀ ଜେନା, ଗଣେଶ ମଲିକ, ଶଶିକାନ୍ତ ଜେନା ପ୍ରମୁଖ ସାମିଲ ହୋଇ ସରକାରୀ ବିରୋଧି ନାରା ଦେଇଥିଲେ।

Leave a Reply

Your email address will not be published. Required fields are marked *