ପାଞ୍ଚମାସର ଦରମା ନପାଇ କର୍ମଚାରୀଙ୍କ ବିକ୍ଷୋଭ

ଦୁଇ ବର୍ଷ ହେବ କରୋନା କଟକଣା ରେ ସରକାରୀ ହେଉକି ବେସରକାରୀ ଅନୁଷ୍ଠାନ ସବୁ ହନ୍ତସନ୍ତ । କେଉଁଠି କର୍ମଚାରୀ ଛଟେଇ ତ କେଉଁଠି ଦରମା କାଟ ଛାଟ କର୍ମଚାରୀଙ୍କ ଉପରେ । ଏପରି ସ୍ଥଳେ ଦରମା ବନ୍ଦ ନେଇ କର୍ମଚାରୀ ଅସନ୍ତୋଷ । ଏହି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର କୃଷି ବିଭାଗ ଆତ୍ମା ଯୋଜନାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ମଧ୍ୟରେ । ଏହି ବିଭାଗରେ ବିଭିନ୍ନ ବ୍ଲକରେ କାର୍ଯ୍ୟରତ ଶତାଧିକ ବୈଷୟିକ ପରିଚାଳକ,କିରାଣୀ କାର୍ଯ୍ୟରତ ଅଛନ୍ତି । ଏହି କର୍ମଚାରୀ ମାନେ ଅଫିସ କାର୍ଯ୍ୟ ସହ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି । ଏତେ କାର୍ଯ୍ୟ କରୁଥିବା ବେଳେ କରୋନା ସମୟରେ ତାଙ୍କର ୫ ମାସର ଦରମା ବନ୍ଦ କରାଯାଇଥିବା ଅଭିଯୋଗ କରିଛନ୍ତି ସମସ୍ତ କର୍ମଚାରୀ ମାନେ । ଏନେଇ ଜିଲ୍ଲାର ସମସ୍ତ କର୍ମଚାରୀ ମାନେ ଜିଲ୍ଲା କୃଷି ଅଧିକାରୀ ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଯଥାଶୀଘ୍ର ଦରମା ପ୍ରଦାନ ନକଲେ ମାସକ ପରେ ସାମୁହିକ ଛୁଟିରେ ଯିବେ ବୋଲି ଚେତାବନୀ ଦେଇଛନ୍ତି କର୍ମଚାରୀ ।

କେନ୍ଦୁଝରରୁ ମନୋଜ କୁମାର ବେହେରା।

Leave a Reply

Your email address will not be published. Required fields are marked *