ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ସାଧାରଣ ବୈଠକ ଓ ବନମହୋତ୍ସବ ପାଳିତ

କାମାକ୍ଷାନଗର ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ଗୁଣ୍ଡିଚାନାଳି ସ୍ଥିତ ଖଦଖଦି ଠାରେ ବନ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଏ ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଭାପତି ଶୁଭମୟ ନନ୍ଦ ଅଧ୍ୟକ୍ଷତା କରି ଆଗାମୀ ଦିନରେ ଜଙ୍ଗଲରେ କିପରି ନିଆଁ କୁ ଆୟତ୍ତ କରାଯାଇ ଗଛର ଯତ୍ନ ନେବା ସହିତ ଉପଖଣ୍ଡ ର ବିଭିର୍ଣ୍ଣ ଗ୍ରାମରେ ଥିବା ଜଳ ସମସ୍ୟା କୁ ପ୍ରଶାସନ ର ସହାୟତାରେ ସମାଧାନ ଏବଂ ସାଙ୍ଗଠନିକ ଧାରା ରେ ସଂଘ କିପରି ମଜଭୁତ ହୋଇପାରିବ ସେ ଉପରେ ଗୁରୁତ୍ୱ ଦେବାକୁ ଉପସ୍ଥିତ ସଶସ୍ୟଙ୍କୁ ପରାମର୍ଶ ଦେଇଥିଲେ l ଉପସଭାପତି ଚିତ୍ତ ରଞ୍ଜନ ଦିବେଦୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂପାଦକ କରୁଣାକର ମଲିକ ସଂଘର ଉଦେଶ୍ୟ ଓ ତାହାର ଲକ୍ଷ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ l ଏଇ ଅବସରରେ କଙ୍କଡ଼ାହାଡ଼ ବ୍ଲକ ର ସଂପାଦକ ଭାବେ କୃଷ୍ଣ ଚନ୍ଦ୍ର ସାହୁଙ୍କୁ ଦାୟିତ୍ୱ ଦିଆଗଲା l ସଂଘର ସାଧାରଣ ସଂମ୍ପାଦକ ପ୍ରକାଶ କୁମାର ପାତ୍ର ଧନ୍ୟବାଦ ଦେଇଥିଲେ l ଏଥିରେ ବରିଷ୍ଠ ସଦସ୍ୟ ସୁବଳ ରାଉତ,ମଧୁପ ରଞ୍ଜନ ନନ୍ଦ,ପ୍ରହଲ୍ଲାଦ ମୁଦୁଲି,ରବୀନ ଦାସ,ସୋମ୍ୟ ରଞ୍ଜନ ନାୟକ, ଅନିଲ କୁମାର ନାୟକ, ଦିଲ୍ଲୀପ କୁମାର ନାୟକ ଦୟାନିଧି ବେହେରା, ତରଣୀସେନ ବାରିକ, ବିନ୍ଦୁସାଗର ପାତ୍ର, ପର୍ଶୁରାମ ପାତ୍ର, ସୁମିତ୍ରା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *